ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଦେଶ ବିଦେଶ ସବୁଠି ପାଳିତ ହେଉଛି ଯୋଗ

0

ଭୁବନେଶ୍ୱର : ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ।ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁରୀ। ଦେଶ ବିଦେଶ ସବୁଠି ପାଳିତ ହେଉଛି ଯୋଗ ଦିବସ। ୨୦୧୫ ମସିହାଠାରୁ ଆରମ୍ଭ ହୋଇଥିବା ଯୋଗ ଦିବସ ବର୍ତ୍ତମାନ ବିଶ୍ବର ସବୁଠାରେ ଆଦୃତ ହୋଇଛି। ଚଳିତବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି। ଏଥରର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଏହି ଅବସରରେ ଶ୍ରୀନଗରରେ ଯୋଗ କରିବେ ପ୍ରଧାନମନ୍ତ୍ରୀ ମୋଦି।ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏନେଇ ଗୁରୁବାରଠାରୁ ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି।

୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି । ଆଜି ହେବାକୁ ଥିବା ଯୋଗ ଦିବସରେ ଡାଲ୍ ହ୍ରଦ ନିକଟରେ ପ୍ରାୟ ୭ ହଜାର ଜଣ ଯୋଗ ଦେବେ ବୋଲି ଜଣାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଲୋକଙ୍କୁ ସମ୍ବୋଧନ କରିବେ ବୋଲି ଜଣାଯାଇଛି। 

ସେହିପରି ଓଡ଼ିଶାରେ ମଧ୍ୟ ଆଜି ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ତାଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହିବେ ।

ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନୟାପଲ୍ଲୀର କସ୍ତରୁବା ସ୍କୁଲ ଫିଲ୍ଡ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀ ସାଂସଦ ସମ୍ବିତ ପାତ୍ର କୋଣାର୍କରେ ହେବାକୁ ଥିବା ଉତ୍ସବରେ ସାମିଲ ହେବେ । ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ସାଂସଦ ଏବଂ ବିଧାୟକ ମାନେ ମଧ୍ୟ ଯୋଗ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.