ପ୍ରମୁଖ ଖବର

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶିମିଳିପାଳରକୁ ଆସିଲା ମହାରାଷ୍ଟ୍ରରୁ ମହାବଳ
୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୋଲିସ ପିନ୍ଧିବେ ବଡି କ୍ୟାମେରା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା,୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର
ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ
ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ

ଦେଶ ବିଦେଶ ସବୁଠି ପାଳିତ ହେଉଛି ଯୋଗ

0

ଭୁବନେଶ୍ୱର : ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ।ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁରୀ। ଦେଶ ବିଦେଶ ସବୁଠି ପାଳିତ ହେଉଛି ଯୋଗ ଦିବସ। ୨୦୧୫ ମସିହାଠାରୁ ଆରମ୍ଭ ହୋଇଥିବା ଯୋଗ ଦିବସ ବର୍ତ୍ତମାନ ବିଶ୍ବର ସବୁଠାରେ ଆଦୃତ ହୋଇଛି। ଚଳିତବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି। ଏଥରର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଏହି ଅବସରରେ ଶ୍ରୀନଗରରେ ଯୋଗ କରିବେ ପ୍ରଧାନମନ୍ତ୍ରୀ ମୋଦି।ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏନେଇ ଗୁରୁବାରଠାରୁ ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି।

୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି । ଆଜି ହେବାକୁ ଥିବା ଯୋଗ ଦିବସରେ ଡାଲ୍ ହ୍ରଦ ନିକଟରେ ପ୍ରାୟ ୭ ହଜାର ଜଣ ଯୋଗ ଦେବେ ବୋଲି ଜଣାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଲୋକଙ୍କୁ ସମ୍ବୋଧନ କରିବେ ବୋଲି ଜଣାଯାଇଛି। 

ସେହିପରି ଓଡ଼ିଶାରେ ମଧ୍ୟ ଆଜି ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ତାଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହିବେ ।

ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନୟାପଲ୍ଲୀର କସ୍ତରୁବା ସ୍କୁଲ ଫିଲ୍ଡ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀ ସାଂସଦ ସମ୍ବିତ ପାତ୍ର କୋଣାର୍କରେ ହେବାକୁ ଥିବା ଉତ୍ସବରେ ସାମିଲ ହେବେ । ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ସାଂସଦ ଏବଂ ବିଧାୟକ ମାନେ ମଧ୍ୟ ଯୋଗ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.