ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ନକ୍ସଲମାନେ ବର୍ବର କାଣ୍ଡ : ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ

0

ଛତିଶଗଡ: ଛତିଶଗଡର ନକ୍ସଲ ପ୍ରଭାବିତ ଜିଲା ସୁକମାରେ ରବିବାର ଏକ ବଡ଼ ଘଟଣା ଘଟିଛି। ଏଠାରେ ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ କରିଥିବା ଆଇଇଡି ବ୍ଲାଷ୍ଟରେ ୨ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି।

ସୁକମା ଜିଲ୍ଲା ଜଗରଗୋଣ୍ଡା ଟେକେଲଗୁଡା ରାସ୍ତାରେ ଯବାନଙ୍କ ଟ୍ରକ ଯାଉଥିବା ବେଳେ ପୂର୍ବରୁ ସେଠାରେ ଲ୍ୟାଣ୍ଡମାଇନ ବିଛାଇଥିବା ମାଓବାଦୀମାନେ ବିସ୍ଫୋରଣ କରିଥିଲେ । ଏଥିରେ ଟ୍ରକଟି ଚୁରମାର ହୋଇଯିବା ସହ ୨ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଟ୍ରକରେ ୨୦୧ କୋବ୍ରା ଯବନା ଯାଉଥିଲେ । ବିସ୍ଫୋରଣ ପରେ ଅତିରିକ୍ତ ଫୋର୍ସ ଘଟଣାସ୍ଥଳକୁ ପଠାଯାଇଛି। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

Leave A Reply

Your email address will not be published.