ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ଗୃହପାଳିତ ପ୍ରାଣୀଙ୍କ ପାଇଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତୁଳସୀଡିଆ ଗାଁରେ ଆଜି ସକାଳେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୬ଟି ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ଟି ଗାଈ, ୨ଟି ବାଛୁରୀ ଓ ଗୋଟିଏ ବଳଦର ମୃତ୍ୟୁ ହୋଇଛି।

ଏହି ଘଟଣାରେ ଗୋସମ୍ପଦର ମାଲିକମାନଙ୍କୁ କ୍ଷତିପୂରଣ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିପିସିଓଡିଏଲକୁ ସହାୟତା ଦେବାକୁ ଆଦେଶ ଦେଇଛନ୍ତି। ଓଇଆର୍‌ସିର ନିୟମ ଅନୁଯାୟୀ, ଏହି ମାମଲାରେ ମାଲିକମାନଙ୍କୁ କ୍ଷତିପୂରଣ ମିଳିବା ଆବଶ୍ୟକ।

ଏହି ନିୟମ ଅନୁଯାୟୀ, ଗାଈ ମାଲିକଙ୍କୁ ୩୦ ହଜାର, ବଳଦ ମାଲିକଙ୍କୁ ୨୫ ହଜାର ଓ ବାଛୁରୀ ମାଲିକଙ୍କୁ ୧୬ ହଜାର ଟଙ୍କା ସହାୟତା ମିଳିବ। ଫଳରେ ୬ଟି ପ୍ରାଣୀଙ୍କ ୬ ଜଣ ମାଲିକ ସମୁଦାୟ ୧,୪୭,୦୦୦ ଟଙ୍କା ସହାୟତା ପାଇବେ।

Leave A Reply

Your email address will not be published.