ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ ପ୍ରକାଶିତ

0

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କ ପ୍ରକାଶିତ ହୋଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ କଟ୍‌ଅଫ୍‌ ଆଗରେ ରହିଛି।

କଳାରେ ରେଭେନ୍ସା ବିଶ୍ବବିଦ୍ୟାଳୟର କଟ୍‌-ଅଫ୍‌ ୮୯.୬୭% (ଭୂଗୋଳ), ବାଣିଜ୍ୟରେ ରେଭେନ୍ସା କଟ୍‌-ଅଫ୍‌ ୮୮.୬୦ ପ୍ରତିଶତ ଥିବା ବେଳେ ବିଜ୍ଞାନରେ ରେଭେନ୍ସା କଟ୍‌ଅଫ୍‌ ୯୧.୧୭ ପ୍ରତିଶତ ରହିଛି। ରେଭେନ୍ସାର ପଦାର୍ଥ ବିଜ୍ଞାନ କଟ୍‌-ଅଫ୍‌ ୯୧.୧୭ ପ୍ରତିଶତ ଓ ପ୍ରାଣୀ ବିଜ୍ଞାନ ୯୩.୨୦% ରହିଛି। ଇଣ୍ଟିଗ୍ରେଟେଡ ଲ’ରେ ମଧୁସୂଦନ ଆଇନ୍‌ ବିଶ୍ବବିଦ୍ୟାଳୟ କଟ୍‌-ଅଫ୍‌ ୮୧ ପ୍ରତିଶତ ରହିଛି। ମନୋନୀତ ଛାତ୍ରଛାତ୍ରୀ ଆସନ୍ତା ୨୬ରୁ ୨୯ ମଧ୍ୟରେ ରିପୋର୍ଟ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.