ଭୁବନେଶ୍ବର: ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟଶାସନ ସଚିବ ହେବେ। ଆସନ୍ତା ଜୁନ୍ ୩୦ ତାରିଖ ଦିନ ବର୍ତ୍ତମାନର ମୁଖ୍ୟସଚିବ ପ୍ରଦୀପ କୁମାର ଜେନା ଅବସର ନେଉଛନ୍ତି। କେନ୍ଦ୍ର କୃଷି ସଚିବ ଶ୍ରୀ ଆହୁଜାଙ୍କୁ କେନ୍ଦ୍ର ସରକାର ଓଡ଼ିଶା କ୍ୟାଡରକୁ ଫେରିବା ଲାଗି ଆଜି ସମ୍ମତି ଜଣାଇଛନ୍ତି ଓ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ ପରେ ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଆହୁଜାଙ୍କୁ ଓଡ଼ିଶାକୁ ଫେରାଇବା ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଆସନ୍ତା ଡିସେମ୍ବର ମାସରେ ଶ୍ରୀ ଆହୁଜା ଅବସର ନେବେ।
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ