ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ବିରୋଧୀ ଦଳର ନେତା ହେଲେ ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ପ୍ରାୟ ୧୦ ବର୍ଷ ପରେ ଲୋକ ସଭାକୁ ବିରୋଧୀ ଦଳ ନେତା ମିଳିଛି। ୟୁପିର ରାୟବରେଲି ସାଂସଦ ବିରୋଧୀ ଦଳର ନେତା ହୋଇଛନ୍ତି ବୋଲି କଂଗ୍ରେସ ନେତା କେ.ସି ଭେନୁଗୋପାଳ ସୂଚନା ଦେଇଛନ୍ତି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାହୁଲ ବିରୋଧୀ ଦଳର ନେତା ହେବା ପାଇଁ ମନୋନୀତ ହୋଇଛନ୍ତି।
କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ଭାବେ ପ୍ରସ୍ତାବ ଦେଇଥିଲେ ଯାହାକୁ କାମଚଳା ବାଚସ୍ପତି ମୋହର ମାରିଛନ୍ତି।

ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏକୁ ନେଇ ରାହୁଲ ଗାନ୍ଧୀ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଦାୟିତ୍ୱ ଗ୍ରହଣ କରିବେ। ଚଳିତ ଲୋକ ସଭା ନିର୍ବାଚନରେ ରାହୁଲ ଦୁଇଟି ଲୋକ ସଭା ଆସନ ୱାୟନାଡ ଓ ରାଏବରେଲିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଉଭୟ ଆସନ ଜିତିଥିଲେ। ହେଲେ ନିର୍ବାଚନ ଫଳାଫଳ ଘୋଷଣା ପରେ ସେ ୱାୟନାଡ ଲୋକ ସଭା ଆସନ ଛାଡିଥିଲେ। ୧୮ତମ ଲୋକସଭାରେ ବାଚସ୍ପତି ପଦକୁ ନେଇ ବିରୋଧୀ ଓ ଏନଡିଏ ମେଣ୍ଟ ମଧ୍ୟରେ ପ୍ରଥମ ବଡ଼ ଲଢ଼େଇ ହେବାର କିଛି ଘଣ୍ଟା ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.