ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ନିଟ ୟୁଜି କାଉନସିଲିଂ ସ୍ଥଗିତ

0

ନୂଆଦିଲ୍ଲୀ: ପେପର ଲିକ୍‌ କାରଣରୁ ବିବାଦରେ ଥିବା ନିଟ ୟୁଜି ପରୀକ୍ଷା ପ୍ରକ୍ରିୟାରେ ପୁଣି ଭିନ୍ନ ମୋଡ। ଆରମ୍ଭ ହେବା ପୂର୍ବରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିଲା ‘ନିଟ-ୟୁଜି’ କାଉନସିଲିଂ। ଆଜିଠାରୁ (ଶନିବାର) ଅର୍ଥାତ୍‌ ୬ ଜୁଲାଇରୁ ଏହି କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ମାତ୍ର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ଘୋଷଣା କରିଛି ଜାତୀୟ ପରୀକ୍ଷା ସଂସ୍ଥା ‘ଏନଟିଏ’। ଏନେଇ ସଂସ୍ଥା ଖୁବଶୀଘ୍ର ଏକ ସାନି ତାରିଖ ଘୋଷଣା କରିବ। ଗ୍ରେସମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କ ସାନିପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆଜିଠାରୁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ନିଟ ୟୁଜି ୨୦୨୪ କାଉନସେଲିଂ ପାଇଁ ନୂଆ ତାରିଖ ଶୀଘ୍ର ଘୋଷଣା କରାଯିବ।

ଚଳିତବର୍ଷ ନିଟ ପରୀକ୍ଷାରେ ଏକକାଳୀନ ୬୭ଜଣ ପରୀକ୍ଷାର୍ଥୀ ଟପ୍ପର ହେବା ପରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା। ଏହି ମାମଲାର ଶୁଣାଣି କରି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସୁପ୍ରିମକୋର୍ଟଙ୍କୁ ଅବଗତ କରି କହିଛି, ୨୩ରେ ପରୀକ୍ଷା ଶେଷ ହୋଇ ୩୦ରେ ରେଜଲ୍ଟ ବାହାରିବା ପରେ ପୂର୍ବରୁ ନିର୍ଦ୍ଧାରିତ ତାରିଖରେ କାଉନସିଲିଂ ପ୍ରକ୍ରିୟା ହେବ। ଚଳିତମାସ (ଜୁଲାଇ) ୬ ତାରିଖରୁ ଏମବିବିଏସ, ବିଡିଏସ ଓ ଅନ୍ୟାନ୍ୟ ଡାକ୍ତରୀ ପାଠ୍ୟକ୍ରମ ପାଇଁ କାଉନସିଲିଂ ହେବାକୁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିଲା। ଆଜି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।

Leave A Reply

Your email address will not be published.