ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ନିଟ ୟୁଜି କାଉନସିଲିଂ ସ୍ଥଗିତ

0

ନୂଆଦିଲ୍ଲୀ: ପେପର ଲିକ୍‌ କାରଣରୁ ବିବାଦରେ ଥିବା ନିଟ ୟୁଜି ପରୀକ୍ଷା ପ୍ରକ୍ରିୟାରେ ପୁଣି ଭିନ୍ନ ମୋଡ। ଆରମ୍ଭ ହେବା ପୂର୍ବରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିଲା ‘ନିଟ-ୟୁଜି’ କାଉନସିଲିଂ। ଆଜିଠାରୁ (ଶନିବାର) ଅର୍ଥାତ୍‌ ୬ ଜୁଲାଇରୁ ଏହି କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ମାତ୍ର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ଘୋଷଣା କରିଛି ଜାତୀୟ ପରୀକ୍ଷା ସଂସ୍ଥା ‘ଏନଟିଏ’। ଏନେଇ ସଂସ୍ଥା ଖୁବଶୀଘ୍ର ଏକ ସାନି ତାରିଖ ଘୋଷଣା କରିବ। ଗ୍ରେସମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କ ସାନିପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆଜିଠାରୁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ନିଟ ୟୁଜି ୨୦୨୪ କାଉନସେଲିଂ ପାଇଁ ନୂଆ ତାରିଖ ଶୀଘ୍ର ଘୋଷଣା କରାଯିବ।

ଚଳିତବର୍ଷ ନିଟ ପରୀକ୍ଷାରେ ଏକକାଳୀନ ୬୭ଜଣ ପରୀକ୍ଷାର୍ଥୀ ଟପ୍ପର ହେବା ପରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା। ଏହି ମାମଲାର ଶୁଣାଣି କରି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସୁପ୍ରିମକୋର୍ଟଙ୍କୁ ଅବଗତ କରି କହିଛି, ୨୩ରେ ପରୀକ୍ଷା ଶେଷ ହୋଇ ୩୦ରେ ରେଜଲ୍ଟ ବାହାରିବା ପରେ ପୂର୍ବରୁ ନିର୍ଦ୍ଧାରିତ ତାରିଖରେ କାଉନସିଲିଂ ପ୍ରକ୍ରିୟା ହେବ। ଚଳିତମାସ (ଜୁଲାଇ) ୬ ତାରିଖରୁ ଏମବିବିଏସ, ବିଡିଏସ ଓ ଅନ୍ୟାନ୍ୟ ଡାକ୍ତରୀ ପାଠ୍ୟକ୍ରମ ପାଇଁ କାଉନସିଲିଂ ହେବାକୁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିଲା। ଆଜି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।

Leave A Reply

Your email address will not be published.