ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଦକ୍ଷିଣ ଆଫ୍ରିକାରେ ବିଶ୍ୱ ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ ସିଂ

0

ରାଉରକେଲା: ବିଶ୍ୱ ରେକର୍ଡ କଲେ ରାଉରକେଲା ପୁଅ ସୁମିତ ସିଂ। ଦକ୍ଷିଣ ଆଫ୍ରିକାରେ ଚମକିଲେ ଓଡ଼ିଆ ପୁଅ ସୁମିତ ସିଂ । ୯୭ ତମ କୋମରେଡ଼ ମାରାଥନରେ ସାମିଲ ହୋଇ ପଦକ ଜିତିବା ସହ ଦେଶ ଓ ରାଜ୍ୟର ନାମକୁ ଗର୍ବିତ କରାଇଛନ୍ତି। ୧୨ ଘଣ୍ଟାରେ ୬୮.୦୪ କିଲୋମିଟ ଅତିକ୍ରମ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ରାଉରକେଲା ପୁଅ ଧାବକ ସୁମିତ ସିଂ। ସବୁଠାରୁ କଠିନ କୁହାଯାଉଥିବା କୋମରେଡ଼ ମାରଥନରେ ସାମିଲ ହୋଇ ଓଡି଼ଶାକୁ ଗର୍ବିତ କରାଇଛନ୍ତି ସେ । ଏଥିପାଇଁ ରାଜ୍ୟପାଳ ଓ କ୍ରୀଡାମନ୍ତ୍ରୀ ତାଙ୍କୁ ସମ୍ମାନିତ କରିଛନ୍ତି। ତାଙ୍କର ଏହି କୄତ୍ତୃତ୍ଵରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ କ୍ରୀଡା ମନ୍ତ୍ରୀଙ୍କ ସହ କ୍ରୀଡା ସଚିବ ସମସ୍ତେ ପ୍ରଶଂସା କରୁଛନ୍ତି।

ବିଶ୍ୱର ସବୁଠାରୁ କଠିନ ମାରଥନ ହେଉଛି କୋମରେଡ଼ ମାରାଥନ। ଗତ ଜୁନ ମାସରେ ଦକ୍ଷିଣ ଆଫ୍ରିକାରେ ୯୭ ତମ କୋମରେଡ଼ ମାରାଥନ ଆୟୋଜିତ ହୋଇଥିଲା। ମାରାଥନରେ ୧୨ ଘଣ୍ଟାରେ ୮୯ କିଲୋମିଟ ଅତିକ୍ରମ କରିବାକୁ ପଡେ । ଧାବକ ସୁମିତ ସିଂ ଏଥିରେ ସାମିଲ ହୋଇ ମେଡାଲ ଜିତିଛନ୍ତି। ୧୨ ଘଣ୍ଟାରେ ସେ ୬୮.୦୪ କିଲୋମିଟ ଅତିକ୍ରମ କରି ଗିନିଜ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ। ପୂର୍ବରୁ ସେ ମାରାଥନରେ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ୍ସ ଏବଂ ଲିମକା ବୁକ ଅଫ ରେକର୍ଡ୍ସ ସହ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଥିଲେ।

Leave A Reply

Your email address will not be published.