ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ବାଲୁକା କଳା ଚାମ୍ପିଅନସିପରେ ସୁଦର୍ଶନ ଜିତିଲେ ସ୍ୱର୍ଣ୍ଣ ପଦକ

0

ଭୁବନେଶ୍ବର: ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ୱର୍ଣ୍ଣ ପଦକ। ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି ସୁଦର୍ଶନ ପଟ୍ଟନାୟକ। ପିଟର ଓ ପଲ୍ ଦୁର୍ଗର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଋଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବିଶ୍ବର ୨୧ ବାଲୁକା ଶିଳ୍ପୀଙ୍କ ମଧ୍ୟରେ ଶ୍ରେଷ୍ଠତ୍ଵ ପ୍ରମାଣିତ କରିଛନ୍ତି।

ସୂଚନା ଅନୁସାରେ ସୁଦର୍ଶନ ପଟ୍ଟନାୟକ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସେ ଏହି ପ୍ରତିଯୋଗିତାରେ ‘ପେଟର ଆଣ୍ଡ ପଲ୍‌’ର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଜୁଲାଇ ୧୨ ତାରିଖରେ ଶେଷ ହୋଇଛି। ଉଦ୍‌ଯାପନୀ ଦିବସରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ମୋଟ ୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଶ୍ୱର ୨୧ ବାଲୁକା ଶିଳ୍ପୀଙ୍କ ମଧ୍ୟରେ ସୁଦର୍ଶନ ପଟ୍ଟନାୟକ ଶ୍ରେଷ୍ଠତ୍ଵ ପ୍ରମାଣିତ କରିଛନ୍ତି।

Leave A Reply

Your email address will not be published.