ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ : ସ୍ୱାସ୍ଥ୍ୟମନ୍ତ୍ରୀ

0

ଭୁବନେଶ୍ବର: ଡାକ୍ତରୀ ଛାତ୍ରୀଛାତ୍ର ମାନଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୩ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ରହିଛି। ଆଗାମୀ ଦିନରେ ଯାଜଯୁର, କନ୍ଧମାଳ ଓ ତାଳଚେରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ଶୁକ୍ରବାର କଟକ ଏସ୍‌ସିବି ମେଡିକାଲ ଗସ୍ତରେ ଆସି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ଏସ୍‌ସିବି ମେଡିକାଲସ୍ଥିତ ହେରିଟେଜ୍‌ ଅଡିଟୋରିୟମରେ ଓଡ଼ିଶା ମେଡିକାଲ କଲେଜ ଟିର୍ଚ୍‌ସ ଆସୋସିଏଶନର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ମହାଲିଙ୍ଗ ଯୋଗଦେଇ କହିଛନ୍ତି, କାର୍ଯ୍ୟକ୍ଷମ ପାଇଁ ଉକ୍ତ ୩ ମେଡିକାଲ କଲେଜ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାଜପୁର ପାଇଁ ୫୦ ସିଟ୍‌ର ଅନୁମତି ଜାତୀୟ ମେଡିକାଲ କାଉନ୍‌ସିଲ୍‌ ଠାରୁ ମିଳିଛି। ବାକି ୨ଟି ମେଡିକାଲ କଲେଜ ପାଇଁ ଖୁବ୍‌ଶୀଘ୍ର ଆବେଦନ କରାଯିବ।

ଏବେ ଓଡ଼ିଆ ଭାଷାରେ ଡାକ୍ତରୀ ଛାତ୍ରୀଛାତ୍ର ପାଠ ପଢ଼ିବେ। ରାଜ୍ୟ ସରକାର ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ। ରୋଗୀ ଏବଂ ଚିକିତ୍ସକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା ଦରକାର। ଏହାଦ୍ୱାରା ଅଧିକାଂଶ ରୋଗୀ ଭଲ ହେବା ସହ ଉନ୍ନତ ମାନର ସେବା ପାଇପାରିବେ ବୋଲି ମହାଲିଙ୍ଗ କହିଛନ୍ତି।

Leave A Reply

Your email address will not be published.