ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ : ସ୍ୱାସ୍ଥ୍ୟମନ୍ତ୍ରୀ

0

ଭୁବନେଶ୍ବର: ଡାକ୍ତରୀ ଛାତ୍ରୀଛାତ୍ର ମାନଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୩ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ରହିଛି। ଆଗାମୀ ଦିନରେ ଯାଜଯୁର, କନ୍ଧମାଳ ଓ ତାଳଚେରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ଶୁକ୍ରବାର କଟକ ଏସ୍‌ସିବି ମେଡିକାଲ ଗସ୍ତରେ ଆସି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ଏସ୍‌ସିବି ମେଡିକାଲସ୍ଥିତ ହେରିଟେଜ୍‌ ଅଡିଟୋରିୟମରେ ଓଡ଼ିଶା ମେଡିକାଲ କଲେଜ ଟିର୍ଚ୍‌ସ ଆସୋସିଏଶନର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ମହାଲିଙ୍ଗ ଯୋଗଦେଇ କହିଛନ୍ତି, କାର୍ଯ୍ୟକ୍ଷମ ପାଇଁ ଉକ୍ତ ୩ ମେଡିକାଲ କଲେଜ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାଜପୁର ପାଇଁ ୫୦ ସିଟ୍‌ର ଅନୁମତି ଜାତୀୟ ମେଡିକାଲ କାଉନ୍‌ସିଲ୍‌ ଠାରୁ ମିଳିଛି। ବାକି ୨ଟି ମେଡିକାଲ କଲେଜ ପାଇଁ ଖୁବ୍‌ଶୀଘ୍ର ଆବେଦନ କରାଯିବ।

ଏବେ ଓଡ଼ିଆ ଭାଷାରେ ଡାକ୍ତରୀ ଛାତ୍ରୀଛାତ୍ର ପାଠ ପଢ଼ିବେ। ରାଜ୍ୟ ସରକାର ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ। ରୋଗୀ ଏବଂ ଚିକିତ୍ସକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା ଦରକାର। ଏହାଦ୍ୱାରା ଅଧିକାଂଶ ରୋଗୀ ଭଲ ହେବା ସହ ଉନ୍ନତ ମାନର ସେବା ପାଇପାରିବେ ବୋଲି ମହାଲିଙ୍ଗ କହିଛନ୍ତି।

Leave A Reply

Your email address will not be published.