ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ରାଜ୍ୟ ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ଭାଜପା କ୍ଷମତାକୁ ଫେରିବା ପରେ ପୂର୍ବ ସରକାରରେ ଗଠନ ହୋଇଥିବା ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିବା ପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବ ବିଜେଡି ସରକାର ଗଠନ କରିଥିବା ରାଜ୍ୟ ଯୋଜନା ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହାର ସଭାପତି ଥିବା ବେଳେ ବିଜେଡି ଦଳର ବରିଷ୍ଠ ନେତାମାନଙ୍କୁ ଏହାର ଉପ ସଭାପତି ତଥା ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ବିଜେଡି ସରକାର ୨୦୨୨ ଅକ୍ଟୋବର ମାସରେ ଯୋଜନା ବୋର୍ଡ ସଦସ୍ୟ ଭାବେ ଦଳର ୩ଜଣ ବରିଷ୍ଠ ନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ସାଧୁ ନେପାକଙ୍କୁ ନିଯୁକ୍ତି ଦେଇଥିଲା। ୨୦୨୨ ଜୁନ୍ ପ୍ରଥମ ସପ୍ତାହରେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ହଟାଇ ଦେବା ପରଠୁ ଏହି ପଦ ଖାଲି ପଡ଼ିଥିଲା। ତେବେ ଏହି କମିଟି ଅନେକ ବର୍ଷ ଧରି କେବେ ବୈଠକ କରି ନାହାନ୍ତି।

ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଥିବାରୁ ଦଳ ନିଜର ବରିଷ୍ଠ ନେତାମାନଙ୍କୁ ଏହି ବୋର୍ଡରେ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ଦେଇ ଖୁବଶୀଘ୍ର ଥଇଥାନ କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.