ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟ ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ଭାଜପା କ୍ଷମତାକୁ ଫେରିବା ପରେ ପୂର୍ବ ସରକାରରେ ଗଠନ ହୋଇଥିବା ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିବା ପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବ ବିଜେଡି ସରକାର ଗଠନ କରିଥିବା ରାଜ୍ୟ ଯୋଜନା ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହାର ସଭାପତି ଥିବା ବେଳେ ବିଜେଡି ଦଳର ବରିଷ୍ଠ ନେତାମାନଙ୍କୁ ଏହାର ଉପ ସଭାପତି ତଥା ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ବିଜେଡି ସରକାର ୨୦୨୨ ଅକ୍ଟୋବର ମାସରେ ଯୋଜନା ବୋର୍ଡ ସଦସ୍ୟ ଭାବେ ଦଳର ୩ଜଣ ବରିଷ୍ଠ ନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ସାଧୁ ନେପାକଙ୍କୁ ନିଯୁକ୍ତି ଦେଇଥିଲା। ୨୦୨୨ ଜୁନ୍ ପ୍ରଥମ ସପ୍ତାହରେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ହଟାଇ ଦେବା ପରଠୁ ଏହି ପଦ ଖାଲି ପଡ଼ିଥିଲା। ତେବେ ଏହି କମିଟି ଅନେକ ବର୍ଷ ଧରି କେବେ ବୈଠକ କରି ନାହାନ୍ତି।

ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଥିବାରୁ ଦଳ ନିଜର ବରିଷ୍ଠ ନେତାମାନଙ୍କୁ ଏହି ବୋର୍ଡରେ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ଦେଇ ଖୁବଶୀଘ୍ର ଥଇଥାନ କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.