ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଭିଜିଲାନ୍ସ ଜାଲରେ ସିଏଚଏସଇ ରେକର୍ଡ ସପ୍ଲାୟର ଗିରଫ

0

ଭୁବନେଶ୍ୱର: ସିଏଚ୍‌ଏସ୍‌ଇ ରେକର୍ଡ ସପ୍ଲାୟର୍‌ ପୁରେନ୍ଦ୍ର ସେଠୀଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୁରେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଗତକାଲି ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ତଥା ଭିଜିଲାନ୍ସର ଏକ ଟିମ୍ ପୁରେନ୍ଦ୍ରଙ୍କ ସ୍ତାବର ଅସ୍ତାବର ଅନେକ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା ।ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟ୍‌ର ପଟ୍ଟା ମିଳିଥିବା ବେଳେ ଅନ୍ୟ ନାଁରେ ଜମି କିଣିଥିବା ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ସିଏଚ୍‌ଏସ୍‌ଇ ଅଧିକାରୀଙ୍କ ଘରେ ବୁଧବାର ଭିଜିଲାନ୍ସ ରେଡ୍‌ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ହୋଇଥିଲା। ପୁରେନ୍ଦ୍ରଙ୍କ ଭୁବନେଶ୍ବରରେ ୨ଟି, ଜଗତସିଂହପୁର ପୈତୃକ ଘରେ ରେଡ୍‌ କରାଯାଇଥିଲା। ଭୁବନେଶ୍ୱରର କାନନ ବିହାରସ୍ଥିତ ୪ ମହଲା ଘର ସହ ସାମନ୍ତରାପୁର ଅଫିସ୍‌ରେ ମଧ୍ୟ ରେଡ୍‌ ଚାଲିଥିଲା। ସେହିପରି ଜଗତସିଂହପୁରରେ କେଉପଡା ସ୍ଥିତ ତାଙ୍କ ପୈତୃକ ଘରେ ମଧ୍ୟ ରେଡ୍‌ କରାଯାଇଥିଲା। ଏହି ରେଡ୍‌ରେ ୩ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଏଏସ୍‌ଆଇ ସାମିଲ ଥିଲେ। ତେବେ ଚଢାଉ ପରେ ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟର ପଟ୍ଟା, ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା କୋଠା, ୧୬ ଲକ୍ଷ ଜମାରାଶି, ୧.୭ ଲକ୍ଷ ନଗଦ ରାଶି, ୨ଟି କାର୍‌ ଓ ୫ଟି ବାଇକ୍‌ ଜବତ କରିଛି ପୋଲିସ୍ । ଏଥିସହିତ ଅନ୍ୟ ନାଁରେ ଜମି କିଣିଥିବା ସନ୍ଦେହ ରହିଥିବା ବେଳେ ଏନେଇ ତଦନ୍ତ ଜାରି କରିଛି ଭିଜିଲାନ୍ସ ।

Leave A Reply

Your email address will not be published.