ପ୍ରମୁଖ ଖବର

ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ବହୁ ନିଖୋଜ
ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ
ପୁଷ୍ପା-୨ ପ୍ରିମିୟର ସମୟରେ ଆହତ ହୋଇଥିବା ନାବଳକ ଗୁରୁତର
ଲଘୁଚାପ ପ୍ରଭାବରେ ୩ଦିନ ଯାଏଁ ବର୍ଷା ସମ୍ଭାବନା
ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍
ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ: ଅର୍ଥମନ୍ତ୍ରୀ
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି

ଓଡ଼ିଆରେ ଅନୁବାଦ ହେବ ବିଟେକର ସମସ୍ତ ପାଠ୍ୟପୁସ୍ତକ

0

ଭୁବନେଶ୍ୱର: ଏବେ ଇଞ୍ଜିନିୟରିଂ ତୃତୀୟ ଓ ଚତୁର୍ଥ ବର୍ଷ ପାଠ୍ୟପୁସ୍ତକ ଖୁବ୍‌ଶୀଘ୍ର ଓଡ଼ିଆରେ ଅନୁବାଦ ହେବ। ୫ଟି ଷ୍ଟ୍ରିମ୍‌ରେ ଏହା ମିଳିବ ବୋଲି ଏଆଇସିଟିଇ ଅଧ୍ୟକ୍ଷ ଟିଜି ସୀତାରାମ ସୂଚନା ଦେଇଛନ୍ତି। ଏନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ପ୍ରଥମ ବର୍ଷ ବିଟେକ ପାଠ୍ୟକ୍ରମର ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ଶେଷ ହୋଇଛି। ଦ୍ଵିତୀୟ ବର୍ଷର ପାଠ୍ୟପୁସ୍ତକ ଅନୁବାଦ କାର୍ଯ୍ୟ ଜାରି ରହିଛି। ଏସମସ୍ତ ପୁସ୍ତକକୁ ଏଆଇସିଟିଇର ଇକୁମ୍ବ ୱେବ୍ସାଇଟ୍‌ରେ ଅପଲୋଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରଥମ ବର୍ଷର ୨୦ଟି ବିଟେକ ଓ ଡିପ୍ଲୋମା ପାଠ୍ୟପୁସ୍ତକକୁ ଅପଲୋଡ କରାଯାଇଛି।

ଇଞ୍ଜିନିୟରିଂର ପ୍ରଥମରୁ ଚତୁର୍ଥ ବର୍ଷ ଯାଏ ଏବଂ ଡିପ୍ଲୋମା ପ୍ରଥମରୁ ତୃତୀୟ ବର୍ଷ ଯାଏ ପାଠ୍ୟପୁସ୍ତକ ଓଡ଼ିଆରେ ଉପଲବ୍ଧ ହେବ। ଦେଶର ୧୩ଟି ଭାଷାରେ ଇଞ୍ଜିନିୟରିଂ ଓ ଡିପ୍ଲୋମା ପାଠ୍ୟପୁସ୍ତକ ଅନୁବାଦ ହୋଇଛି।
ଓଡ଼ିଆରେ ଅନୁବାଦ ହୋଇଥିବା ପାଠ୍ୟପୁସ୍ତକଗୁଡିକ ଅନୁବାଦ ହୋଇ ଡିଜିଟାଲରେ ଉପଲବ୍ଧ ହେଉଛି । ପ୍ରଥମ ଓ ଦିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଏବେ ବଜାରରେ ମିଳୁଛି। ଏଆଇ ଆଇସିଟିଇ ପକ୍ଷରୁ ୧୦୦୦ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ବିଭିନ୍ନ କଲେଜକୁ ପ୍ରଦାନ କରାଯାଇଛି ବୋଲି ଟିଜି ସୀତାରାମ କହିଛନ୍ତି। ୪ ବର୍ଷିଆ ବିଟେକ ପାଠ୍ୟକ୍ରମର ସମସ୍ତ ପାଠ୍ୟପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ। ଏନେଇ ଏଆଇସିଟିଇର ଅନୁମୋଦନ ରହିଛି।

Leave A Reply

Your email address will not be published.