ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ନବୋଦୟ ସ୍କୁଲ ରାଗିଂ ଘଟଣାରେ ୭ ଛାତ୍ର ଓ ୨ ଛାତ୍ରୀ ନିଲମ୍ୱିତ

0

ନୂଆପଡା: ନବୋଦୟ ସ୍କୁଲ ହଷ୍ଟେଲରେ ରାଗିଂ ଅଭିଯୋଗ l ହଷ୍ଟେଲରେ ୨୨ ଜଣ ଛାତ୍ରଙ୍କୁ ସିନିୟର୍ ମାଡ଼ ମାରିବା ଘଟଣାରେ ଦ୍ୱାଦଶ ଶ୍ରେଣୀର ୭ ଛାତ୍ର ଓ ଦୁଇ ଛାତ୍ରୀଙ୍କୁ ନିଲମ୍ୱିତ କରିଛି ନବୋଦୟ ସ୍କୁଲ କର୍ତ୍ତୃପକ୍ଷ।

ଦଶମ ଶ୍ରେଣୀର ୨୨ ଜଣଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଦ୍ୱାଦଶ ଶ୍ରେଣୀର ୭ ଛାତ୍ର। ମାଡ଼ ପ୍ରତିବାଦରେ ଆଜି ସକାଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅଖିଆ ଅପିଆ ଧାରଣାରେ ବସିଥିଲେ। ନିଲମ୍ୱିତ ହୋଇଥିବା ଛାତ୍ରଛାତ୍ରୀମାନେ ସ୍କୁଲ ଆସିପାରିବେ ନାହିଁ। ହଷ୍ଟେଲ୍‌ରେ ମଧ୍ୟ ରହିପାରିବେନି। ନିଲମ୍ୱନ ପରେ ଆଜି ସକାଳରୁ ନୂଆପଡ଼ା ଜିଲ୍ଲା ତରବୋଡ ନବୋଦୟରେ ଚାଲିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ସୂଚନା ଅନୁସାରେ, ନୂଆପଡା ତରବୋଡ ନବୋଦୟ ବିଦ୍ୟାଳୟର ହଷ୍ଟେଲରେ ରାଗିଂ ହେଉଥିବା ଅଭିଯୋଗ ହୋଇଥିଲା l ହଷ୍ଟେଲର ଦ୍ଵାଦଶ ଶ୍ରେଣୀର ୭ ଜଣ ଛାତ୍ର ଦଶମ ଶ୍ରେଣୀର ୨୨ ଜଣ ପିଲାଙ୍କୁ ମାଡ଼ ମାରିଥିଲେ । ଉକ୍ତ ୭ ଜଣ ସିନିୟର୍ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାକୁ ଓହ୍ଲାଇଥିଲେ ୧୦ ଶ୍ରେଣୀ ଛାତ୍ର। ଏହାପରେ ଘଟଣାର ତଦନ୍ତ କରି ମାଡ ମାରିଥିବା ୭ ଜଣ ସିନିୟର୍ ଛାତ୍ରଙ୍କୁ ସ୍କୁଲରୁ ବିଦା କରିଛନ୍ତି ବିଦ୍ୟାଳୟର ପ୍ରିନ୍ସିପାଲ୍‌ l

Leave A Reply

Your email address will not be published.