ପ୍ରମୁଖ ଖବର

ସବସିଡି ଦରରେ ଚାଉଳ ଗହମ ଚିନି ପାଇବେ ମଧ୍ୟବିତ୍ତ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇ ବ୍ରହ୍ମାବିଷ୍ଣୁ ଲେଖାଇଲେ ମୁଖ୍ୟମନ୍ତ୍ରୀ
ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ

ଉଦଘାଟନ ପୂର୍ବରୁ ବଦଳିଲା ବନ୍ଦେ ମେଟ୍ରୋ ଟ୍ରେନର ନାମ

0

ନୂଆଦିଲ୍ଲୀ: ଉଦଘାଟନ ପୂର୍ବରୁ ବଦଳିଲା ବନ୍ଦେ ମେଟ୍ରୋ ଟ୍ରେନର ନାମ। ପ୍ରଥମେ ଏହାର ନାମ ବନ୍ଦେ ଭାରତ ମେଟ୍ରୋ ରଖାଯାଇଥିଲା। ପରେ ଏହାର ନାମ ପରିବର୍ତ୍ତନ କରାଯାଇ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁଜ ଏବଂ ଅହମ୍ମଦାବାଦ ମଧ୍ୟରେ ନମୋ ଭାରତ ରାପିଡ ରେଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଏହି ଟ୍ରେନ ୫ ଘଣ୍ଟା ୪୫ ମିନିଟରେ ଭୁଜ-ଅହମ୍ମଦାବାଦ ମଧ୍ୟରେ ଦୂରତା ଅତିକ୍ରମ କରିପାରିବ। ଏହି ସମୟରେ ଯାତ୍ରୀଙ୍କ ଭଡା ୪୫୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଟ୍ରେନରେ ୧୨ଟି କୋଚ ରହିବ। ୧୧୫୦ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ। ବିଶେଷକରି ଗୁଜରାଟର ଲୋକଙ୍କ ପାଇଁ ନାମୋ ଭରତ ରାପିଡ ରେଳ ଟ୍ରେନ ଏକ ବଡ ଉପହାର ଭାବରେ ବିବେଚନା କରାଯାଉଛି।

Leave A Reply

Your email address will not be published.