ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଜିପ୍କୁ ଧକ୍କା ଦେଲା ଟ୍ରକ, ୯ ମୃତ ୧୫ରୁ ଅଧିକ ଗୁରୁତର

0

ଶିରୋହି: ଟ୍ରକ୍ ସହ ଏକ ଜିପ୍ ମୁହାଁମୁହିଁ ଧକ୍କା ହୋଇ ରାଜସ୍ଥାନର ଶିରୋହି ଜିଲ୍ଲା ଅନ୍ତର୍ଗତ ପିନ୍ଦୱାରା ଥାନା ଅଞ୍ଚଳରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରକ୍ ସହ ଏକ ଜିପ୍ ମୁହାଁମୁହିଁ ଧକ୍କା ହେବା ପରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶିରୋହି ପୋଲିସ ଅଧିକ୍ଷକ ଅନୀଲ କୁମାରଙ୍କ ସୂଚନା କ୍ରମେ, ଏକ ଜିପ୍ ପ୍ରାୟ ୨୭ ଜଣ ଲୋକଙ୍କୁ ନେଇ ରାସ୍ତାର ଓଲଟାପଟେ ଯାଇ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପୋଲିସକୁ ଖବର ଦେଇଥିଲେ ପରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଥିଲେ। ସମସ୍ତ ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଜିପ୍ ରେ ଥିବା ସମସ୍ତ ଯାତ୍ରୀମାନେ ଉଦୟପୁର ଜିଲ୍ଲାର ଉଗ୍ନସାଗର ଅଞ୍ଚଳର ବୋଲି ଜଣା ପଡିଛି। ସେମାନେ ପାଲ୍ଲିସ୍ଥିତ ନାକଡା ମନ୍ଦିରକୁ ଯାଉଥିଲେ ବୋଲି ଆରକ୍ଷୀ ଅଧକ୍ଷକ କହିଛନ୍ତି।

Leave A Reply

Your email address will not be published.