ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଗଣମାଧ୍ୟମରେ ପ୍ରକାଶ ପାଇବନି ସେନାଅଧିକାରୀ ଓ ମହିଳା ବନ୍ଧୁଙ୍କ ନାଁ

0

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବନ୍ଧୁଙ୍କୁ ନିର୍ଯାତନା ଦେବା ଘଟଣାର ବିବାଦ ବଢ଼ିବାରେ ଲାଗିଛି। ପ୍ରଥମେ ନ୍ୟାୟିକ ତଦନ୍ତ ଆଉ ତା ପରେ ହାଇକୋର୍ଟଙ୍କ ତାଗିତ୍। ଭରତପୁର ଥାନା କାଣ୍ଡକୁ ନେଇ ରୁଜୁ ହେଲା ଜନସ୍ଵାର୍ଥ ମାମଲା। ଏହି ମାମଲାରେ ପୀଡ଼ିତା ଓ କ୍ୟାପଟେନଙ୍କ ନାଁ ପ୍ରକାଶ ନ କରିବାକୁ ଗଣମାଧ୍ୟମ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ତେବେ ଭରତପୁର ଥାନା ଘଟଣା ନ୍ୟାୟିକ ତଦନ୍ତ ପାଇଁ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେନାଅଧିକାରୀ ଓ ମହିଳା ବନ୍ଧୁଙ୍କଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ବୈଦ୍ୟୁତିକ, ଛାପା, ସାମାଜିକ ଗଣମାଧ୍ୟମରେ ସେମାନଙ୍‌କ ନାଁ ନ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଖାଲି ସେତିକି ନୁହେଁ ଏହି ଘଟଣା କୋର୍ଟ ହାତକୁ ଯିବା ପରେ ତତ୍ପରତା ଦେଖାଇଛନ୍ତି କୋର୍ଟ। ରାଜ୍ୟରେ ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସବୁ ଥାନାରେ ସିସିଟିଭି ଲାଗିଛି କି ନାହିଁ ଉତ୍ତର ମାଗିଛନ୍ତି। ଯଦି ଲାଗିନି କେତେ ଦିନ ଭିତରେ ଲାଗିବ ସେନେଇ ଜବାବ ଦେବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଡିଜି ଆଧୁନିକୀକରଣକୁ ଆପଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିସହିତ ଏହି ମାମଲାର ତଦନ୍ତର ଅନୁଧ୍ୟାନ ପାଇଁ ହାଇକୋର୍ଟ ମନା କରିଛନ୍ତି। ଏଥିରେ ହାଇକୋର୍ଟଙ୍କ ଅନୁଧ୍ୟାନ ଆବଶ୍ୟକ ନାହିଁ ବୋଲି କହିଛନ୍ତି କୋର୍ଟ।

Leave A Reply

Your email address will not be published.