ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

୩୧ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ସରକାର

0

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୧ତମ ଏସ୍ଏଲ୍ଏସଡବ୍ଲୁସିଏ ବୈଠକରେ ୩୧ଟି ବୃହତ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଯାହାର ମୋଟ ମୂଲ୍ୟ ୪ ହଜାର ୯୫୪.୨୬ କୋଟି ଟଙ୍କା। ଏହି ପୁଞ୍ଜିନିବେଶ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଏବଂ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବା ସହ ଏକ ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳର ମାନ୍ୟତା ସୁଦୃଢ଼ କରିବ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୧ତମ ଏସ୍ଏଲ୍ଏସଡବ୍ଲୁସିଏ ବୈଠକରେ ୩୧ଟି ବୃହତ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଯାହାର ମୋଟ ମୂଲ୍ୟ ୪ ହଜାର ୯୫୪.୨୬ କୋଟି ଟଙ୍କା। ଏହି ପୁଞ୍ଜିନିବେଶ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଏବଂ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବା ସହ ଏକ ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳର ମାନ୍ୟତା ସୁଦୃଢ଼ କରିବ।

ଏହି ବୈଠକରେ ମେକାନିକାଲ ଏବଂ ଇଲେକ୍ଟ୍ରିକାଲ କ୍ୟାପିଟାଲ ଗୁଡ୍ସ, ଫୁଡ୍ ପ୍ରୋସେସିଂ, ପ୍ୟାକେଜିଂ, ପୋଷାକ ଏବଂ ଟେକ୍ସଟାଇଲ, ଜୈବ ଇନ୍ଧନ, ସବୁଜ ଶକ୍ତି ଉପକରଣ, ଇଏସଡିଏମ, ଇସ୍ପାତ (ଆନୁଷଙ୍ଗିକ), ଅଣ ଧାତବ ଖଣିଜ ଉତ୍ପାଦ (ରିପ୍ରାକ୍ଟରୀ ପ୍ରଡକ୍ଟସ), ଇସ୍ପାତ (ଡାଉନଷ୍ଟ୍ରିମ), ପ୍ଲାଷ୍ଟିକ, ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ର, କୃଷି ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଶକ୍ତି ଏବଂ ଅକ୍ଷୟ ଶକ୍ତି ଏବଂ ଫାର୍ମାସ୍ୟୁଟିକାଲ୍ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଖୋର୍ଦ୍ଧା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୋଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ୱର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

Leave A Reply

Your email address will not be published.