ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

୬ ବର୍ଷର ବାଳିକାକୁ ହତ୍ୟା କଲେ ପ୍ରିନ୍ସିପାଲ

0

ଗୁଜରାଟ: ଗୁଜରାଟର ଦାହୋଡ଼ ଜିଲାରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ୬ ବର୍ଷର ବାଳିକାଙ୍କୁ ସ୍କୁଲ୍‌ ପ୍ରିନ୍ସିପାଲ ବଳାତ୍କାର ଉଦ୍ୟମ କରିଥିଲେ। ସେ ପ୍ରତିରୋଧ କରିବାରୁ ପ୍ରିନ୍ସିପାଲ ତାଙ୍କ ଗଳା ଦବାଇ ହତ୍ୟା କରିଛନ୍ତି। ଏହା ପରେ ସେ ନାବାଳିକାଙ୍କ ମୃତଦେହକୁ ସ୍କୁଲ ହତାରେ ଫିଙ୍ଗିଦେଇଥିଲେ। ପୋଲିସ ୫୫ ବର୍ଷୀୟ ଅଭିଯୁକ୍ତ ଗୋବିନ୍ଦ ନାଟ୍ଟଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ସ୍କୁଲ୍‌ ପରିସରରୁ ନାବାଳିକାଙ୍କ ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ପୋଲିସ ମାମଲା ରୁଜୁକରି ମାମଲାର ତଦନ୍ତ ପାଇଁ ୧୦ ଜଣିଆ ଟିମ୍‌ ଗଠନ କରିଥିଲା। ନାବାଳିକାଙ୍କ ମାଆଙ୍କ କହିବା ଅନୁଯାୟୀ ଝିଅ ସବୁଦିନ ଭଳି ସେଦିନ ପ୍ରିନ୍ସିପାଲ ଗୋବିନ୍ଦଙ୍କ ସହ ସ୍କୁଲ ଯାଇଥିଲେ। ପ୍ରିନ୍ସିପାଲଙ୍କୁ ଏନେଇ ପୋଲିସ ପଚାରିବାରୁ ସେ ନାବାଳିକାଙ୍କୁ ସ୍କୁଲରେ ଛାଡ଼ି ଅନ୍ୟ କାମରେ ଯାଇଥିବା କହିଥିଲେ। ତେବେ ଫୋନ୍‌ ଲୋକେଶନ ବିବରଣୀ ଯାଞ୍ଚରୁ ପ୍ରିନ୍ସିପାଲ ସେଦିନ ବିଳମ୍ବରେ ସ୍କୁଲରେ ପହଞ୍ଚଥିବା ଜଣାପଡ଼ିଥିଲା। ପୋଲିସ ଜେରା କରିବା ପରେ ସେ ଅପରାଧ ସ୍ୱୀକାର କରିଥିଲେ।

ପ୍ରିନ୍ସିପାଲ କହିବା ଅନୁଯାୟୀ ସେଦିନ ସେ ସ୍କୁଲ୍‌କୁ ଆସି ନ ଥିଲେ। ସେ ନାବାଳିକାଙ୍କୁ ନିଜ କାରରେ ନେଇ ଅଧାବାଟରେ ତାଙ୍କୁ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିଥିଲେ। ପିଲାଟି ଚିତ୍କାର କରିବାରୁ ପ୍ରିନ୍ସିପାଲ ତାଙ୍କ ପାଟି ବନ୍ଦ କରିବା ପାଇଁ ଗଳା ଦବାଇଦେଇଥିଲେ। ସ୍କୁଲରେ ପହଞ୍ଚି ସେ ମୃତଦେହକୁ କାରରେ ରଖି ଡୋର ଲକ୍‌ କରିଦେଇଥିଲେ। ଅପରାହ୍ନ ୫ଟାରେ ପ୍ରିନ୍ସିପାଲ ନାବାଳିକାଙ୍କ ମୃତଦେହକୁ ସ୍କୁଲ ବିଲ୍ଡିଂ ପଛପଟେ ପକାଇଦେବା ସହ ତାଙ୍କ ସ୍କୁଲବ୍ୟାଗ୍‌ ଏବଂ ଜୋତାକୁ କ୍ଲାସ୍‌ରୁମ୍‌ରେ ରଖିଦେଇଥିଲେ।

ତେବେ ଗୋବିନ୍ଦଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଏବଂ ଶିଶୁ ଯୌନ ଅପରାଧରୁ ସୁରକ୍ଷା (ପୋକ୍‌ସୋ) ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଏହା ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ କୁବେର ଦିଣ୍ଡୋର କହିବା ସହ ଘଟଣାର ନିନ୍ଦା କରିଛନ୍ତି। ଏଭଳି ଅପରାଧର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.