ନୂଆଦିଲ୍ଲୀ: ବର୍ଷରେ ଦ୍ୱିତୀୟ ଥର ପାଇଁ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ ହେବା ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ବିତର୍କ ମୁଣ୍ଡ ଟେକିଛି । ଆଜାଦ୍ ହିନ୍ଦ୍ ଫୌଜର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କଂଗ୍ରେସକୁ ଭର୍ତ୍ସନା କରିିଥିଲେ । କେବଳ ସେତିକି ନୁହେଁ, ଗାନ୍ଧୀ ପରିବାରକୁ ଇଙ୍ଗୀତ କରି ଏକଥା ବି କହିଥିଲେ ଯେ ଗୋଟିଏ ପରିବାରକୁ ଗୁରୁତ୍ୱ ଦେବାକୁ ଯାଇ ନେତାଜୀ ଏବଂ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ରାଷ୍ଟ୍ର ଗଠନରେ ଯୋଗଦାନକୁ ଅଣଦେଖା କରାଯାଇଛି ।
ଅନ୍ୟପକ୍ଷରେ କଂଗ୍ରେସ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ପାଲଟା ଜବାବ ଦେଇଛି । କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭି ପ୍ରଧାନମନ୍ତ୍ରୀଙ୍କୁ ଇତିହାସ ପଢିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି, ନେତାଜୀଙ୍କ ପାଇଁ କଂଗ୍ରେସ କଣ କରିଛି, ତାହା ବିଜେପି ଗଣିପାରିବ ନାହିଁ । ଏମିତିରେ ବି ସ୍ୱାଧୀନତା ସଂଗ୍ରାମରେ ବିଜେପିର କୌଣସି ଯୋଗଦାନ ନାହିଁ ବୋଲି କଂଗ୍ରେସ କହିଛି ।
ସିଂଘଭି ଆହୁରି କହିଛନ୍ତି ଯେ ୧୯୩୮ ମସିହାରେ ନେତାଜୀ ରାଷ୍ଟ୍ରୀୟ କମିଟି ଗଠନ କରିଥିଲେ, ଯାହାର ଢାଞ୍ଚାକୁ ଅନୁପାଳନ କରି ପରବର୍ତୀ ସମୟରେ ଯୋଜନା ଆୟୋଗ ଗଠନ ହୋଇଥିଲା । କିନ୍ତୁ ମୋଦୀ ଏହାକୁ ନୀତି ଆୟୋଗରେ ପରିଣତ କରି ବରଂ ନେତାଜୀଙ୍କୁ ଅସମ୍ମାନିତ କରିଛନ୍ତି ।
ଏଠାରେ ଉଲ୍ଲେଖଥାଉକି, ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ତାରିଖ ଦିନ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହିତ ଜାତି ଉଦ୍ଦେଶ୍ୟରେ ବାର୍ତା ଦେଇଥାନ୍ତି ।
ପ୍ରମୁଖ ଖବର
ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ