ପୁରୀ: ତିରୁପତି ମନ୍ଦିରରେ ପ୍ରାସାଦରେ ନକଲି ଘିଅ ମିଶୁଥିବା ଘଟଣା ସାମନାକୁ ଆସିବା ପରେ ଏବେ ସବୁ ମନ୍ଦିର ପ୍ରଶାସନର ନିଦ ଭାଙ୍ଗିଛି । ଏଣିକି ଶ୍ରୀମନ୍ଦିରରେ ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ମାନ ଯାଞ୍ଚ କରିବା ପାଇଁ ଫୁଡ ଇନ୍ସପେକ୍ଟର ନିଯୁକ୍ତ ହେବେ, ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ସରଥିବା ମନ୍ତ୍ରୀ କହିଛନ୍ତି।
ତେବେ କେବଳ ଅବଢ଼ା ନୁହେଁ, ଘିଅର ମଧ୍ୟ ମାନ ଯାଞ୍ଚ ମଧ୍ୟ କରାଯିବ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷେ, ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଯେଭଳି ମହାପ୍ରସାଦମାନ ନେଇ ଅଭିଯୋଗ ନ ଆସେ ସେ ନେଇ ମାନ ପରୀକ୍ଷଣ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ କିଛିଦିନ ପରେ ଶୁଖିଲା ଭୋଗ ଓ ଘିଅର ମଧ୍ୟ ମାନ ପରୀକ୍ଷା କରାଯିବ। ଏନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯିବ । ବିଶେଷ କରି ଭୋଗର ମାନ ଏବଂ ଏଥିରେ ବ୍ୟବହୃତ ସମଗ୍ର ସାମଗ୍ରୀ ବାବଦରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ରହିବ । ଶ୍ରୀମନ୍ଦିର ଭିତରକୁ ଯେପରି ଅଶୁଦ୍ଧ ସାମଗ୍ରୀ ନ ଯିବ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଉଥିବା ମନ୍ତ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ତିରୁପତି ମନ୍ଦିରରେ ହୋଇଥିବା କେଳେଙ୍କାରୀ ପରେ ପ୍ରଶାସନ ତତ୍ପର ହୋଇପଡିଛି।
ପ୍ରମୁଖ ଖବର
ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ