ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ସରୋଗେସି ମାତୃତ୍ୱ ପାଇଁ ମିଳିବ ଛୁଟି

0

ମହିଳା କର୍ମଚାରୀଙ୍କୁ ୧୮୦ ଦିନ ଓ ପୁରୁଷ କର୍ମଚାରୀଙ୍କୁ ମିଳିବ ୧୫ ଦିନ
ଭୁବନେଶ୍ବର: ଏଥର ସରୋଗେସି ମାତୃତ୍ୱ ପାଇଁ ମିଳିବ ଛୁଟି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ସରୋଗେସି ମାତୃତ୍ୱ ପାଇଁ ମହିଳା ସରକାରୀ କର୍ମଚାରୀଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ପିତୃତ୍ୱ ଛୁଟି ପ୍ରଦାନ କରାଯିବାର ସୁବିଧା କରାଯିବ। ସରୋଗେସି ଦ୍ୱାରା ମାତା, ପିତା ହୋଇଥିବା ସରକାରୀ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପ୍ରସ୍ତାବ ସରକାରଙ୍କ ଅଧୀନରେ ବିଚାରଧୀନ ଥିଲା। ଗୁରୁବାର ଗୃହ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଏ ନେଇ ସୂଚନା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଗତ ଜୁନ୍‌ ମାସରେ ଏହି ଛୁଟି ପ୍ରଦାନ କରିଛନ୍ତି। ତେବେ ରାଜ୍ୟରେ ମଧ୍ୟ ଏହା କାର୍ଯ୍ୟକାରୀ ହେବା ପରେ ଉଧାର ମାତୃତ୍ୱ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ମିଳିଛି।

ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଣେ ରାଜ୍ୟ ସରକାରୀ ମହିଳା କର୍ମଚାରୀ, ଯିଏ ଦୁଇରୁ କମ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମାତା’ ହୁଅନ୍ତି, ସେ ୧୮୦ ଦିନର ମାତୃତ୍ୱ ଛୁଟି ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ଅଧିଷ୍ଠାତା ମାତା ଅର୍ଥାତ କମିସନିଙ୍ଗ ମଦର ମଧ୍ୟ ୧୮୦ ଦିନର ମାତୃତ୍ୱ ଛୁଟି ପାଇପାରିବେ। ଏଥିସହ ଜଣେ ରାଜ୍ୟ ସରକାରୀ ପୁରୁଷ କର୍ମଚାରୀ, ଯିଏ ଦୁଇରୁ କମ ଜୀବିତ ସନ୍ତାନ ଥାଇ ‘ଅଧିଷ୍ଠାତା ପିତା’ ବା କମିସନିଙ୍ଗ ଫାଦର ହୁଅନ୍ତି, ସେ ସନ୍ତାନ ଜନ୍ମ ତାରିଖରୁ ୬ ମାସ ମଧ୍ୟରେ ୧୫ ଦିନର ପିତୃତ୍ୱ ଛୁଟି ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବେ। ତେବେ ଏହି ଛୁଟି ଲାଭ କରିବାକୁ ସରୋଗେସି ଉପରେ ହୋଇଥିବା ରାଜିନାମା ସହିତ ପଞ୍ଜୀକୃ ଡାକ୍ତର, ଡାକ୍ତରଖାନାରୁ ପ୍ରାପ୍ତ ଚିକିତ୍ସା ସମ୍ବନ୍ଧିତ ଦସ୍ତାବିଜ ଦେବାକୁ ପଡ଼ିବ। ଏହା ଗୁରୁବାରଠାରୁ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କ ଆଦେଶକ୍ରମେ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପତ୍ର ମାଧ୍ୟମରେ ଜଣାଇଛନ୍ତି।

Leave A Reply

Your email address will not be published.