ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଆଇପିଏଲ ଖେଳୁଥିବା କ୍ରିକେଟରଙ୍କୁ ମିଳିବ ମ୍ୟାଚ୍‌ ଫି

0

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମୀ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଥମଥର ପାଇଁ ଆଇପିଏଲ ଖେଳୁଥିବା କ୍ରିକେଟରଙ୍କୁ ମିଳିବ ମ୍ୟାଚ୍‌ ଫି’। କ୍ରିକେଟରମାନେ ଫ୍ରାଞ୍ଚାଇଜଙ୍କ ଠାରୁ ପାଇବାକୁ ଥିବା ଚୁକ୍ତି ଅର୍ଥ ବ୍ୟତୀତ ସେମାନଙ୍କୁ ମ୍ୟାଚ୍‌ ଫି’ ବାବଦରେ ମଧ୍ୟ ଅତିରିକ୍ତ ଟଙ୍କା ମିଳିବ।

ସେ ଶନିବାର କହିଛନ୍ତି ଯେ ଦଳରେ ସାମିଲ ଖେଳାଳିଙ୍କୁ ମ୍ୟାଚ୍ ଫି ହିସାବରେ ପ୍ରତି ମ୍ୟାଚରେ ୭.୫ ଲକ୍ଷ ଟଙ୍କା ମିଳିବ। ଏଥି ସହିତ ଯଦି ଜଣେ ଖେଳାଳି ପୂରା ସିଜିନରେ ସମସ୍ତ ମ୍ୟାଚ୍ ଖେଳନ୍ତି ତେବେ ଫ୍ରାଞ୍ଚାଇଜଙ୍କ ସହିତ ହୋଇଥିବା ଚୁକ୍ତିଠାରୁ ସେ ୧.୦୫ କୋଟି ଟଙ୍କା ଅଧିକ ଆୟ କରିପାରିବେ।

ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିସିସିଆଇର ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସିଜନ ପାଇଁ ମ୍ୟାଚ୍ ଫି ଭାବରେ ୧୨.୬୦କୋଟି ଟଙ୍କା ଆବଣ୍ଟନ କରିବ। ତେବେ ଆଇପିଏଲ୍ ଏବଂ ଆମର ଖେଳାଳି ଙ୍କ ପାଇଁ ଏହା ଏକ ନୂଆ ଯୁଗ ବୋଲି କହିଛନ୍ତି ଜୟ ଶାହା।

Leave A Reply

Your email address will not be published.