ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଆଇପିଏଲ ଖେଳୁଥିବା କ୍ରିକେଟରଙ୍କୁ ମିଳିବ ମ୍ୟାଚ୍‌ ଫି

0

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମୀ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଥମଥର ପାଇଁ ଆଇପିଏଲ ଖେଳୁଥିବା କ୍ରିକେଟରଙ୍କୁ ମିଳିବ ମ୍ୟାଚ୍‌ ଫି’। କ୍ରିକେଟରମାନେ ଫ୍ରାଞ୍ଚାଇଜଙ୍କ ଠାରୁ ପାଇବାକୁ ଥିବା ଚୁକ୍ତି ଅର୍ଥ ବ୍ୟତୀତ ସେମାନଙ୍କୁ ମ୍ୟାଚ୍‌ ଫି’ ବାବଦରେ ମଧ୍ୟ ଅତିରିକ୍ତ ଟଙ୍କା ମିଳିବ।

ସେ ଶନିବାର କହିଛନ୍ତି ଯେ ଦଳରେ ସାମିଲ ଖେଳାଳିଙ୍କୁ ମ୍ୟାଚ୍ ଫି ହିସାବରେ ପ୍ରତି ମ୍ୟାଚରେ ୭.୫ ଲକ୍ଷ ଟଙ୍କା ମିଳିବ। ଏଥି ସହିତ ଯଦି ଜଣେ ଖେଳାଳି ପୂରା ସିଜିନରେ ସମସ୍ତ ମ୍ୟାଚ୍ ଖେଳନ୍ତି ତେବେ ଫ୍ରାଞ୍ଚାଇଜଙ୍କ ସହିତ ହୋଇଥିବା ଚୁକ୍ତିଠାରୁ ସେ ୧.୦୫ କୋଟି ଟଙ୍କା ଅଧିକ ଆୟ କରିପାରିବେ।

ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିସିସିଆଇର ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସିଜନ ପାଇଁ ମ୍ୟାଚ୍ ଫି ଭାବରେ ୧୨.୬୦କୋଟି ଟଙ୍କା ଆବଣ୍ଟନ କରିବ। ତେବେ ଆଇପିଏଲ୍ ଏବଂ ଆମର ଖେଳାଳି ଙ୍କ ପାଇଁ ଏହା ଏକ ନୂଆ ଯୁଗ ବୋଲି କହିଛନ୍ତି ଜୟ ଶାହା।

Leave A Reply

Your email address will not be published.