ପ୍ରମୁଖ ଖବର

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

ଅନିବାର୍ଯ୍ୟ କାରଣ ଦର୍ଶାଇ ପିଜିଟି ପରୀକ୍ଷା ବାତିଲ୍

0

କଟକ: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ଅକ୍ଟୋବର ୬ ଅର୍ଥାତ ଆଜି ହେବାକୁ ଥିବା ପୋଷ୍ଟ ଗ୍ରାଜୁଏଟ ଟିଚର ନିଯୁକ୍ତିକୁ ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରାଯାଇଛି। ଏହି ପରୀକ୍ଷାଗୁଡିକ ଓପିଏସସି ବାତିଲ କରିଛି।

ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ଏହି ପରିଷ ହୋଇଥାନ୍ତା। କିନ୍ତୁ ଓପିଏସସି ବିଜ୍ଞପ୍ତି ପ୍ରକାଶ କରି ଅପ୍ସନାଲ୍ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ବୋର୍ଡ ପକ୍ଷରୁ ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍ କରାଯାଇଛି। ତେବେ ଅନ୍ୟ ଅପ୍ସନାଲ ବିଷୟଗୁଡିକର ପରୀକ୍ଷା ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ହେବ। ପରେ ବାତିଲ୍ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ବାହାରିବ ବୋଲି ଓପିଏସସି ସମ୍ପାଦକ କହିଛନ୍ତି ।

Leave A Reply

Your email address will not be published.