ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଅନିବାର୍ଯ୍ୟ କାରଣ ଦର୍ଶାଇ ପିଜିଟି ପରୀକ୍ଷା ବାତିଲ୍

0

କଟକ: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ଅକ୍ଟୋବର ୬ ଅର୍ଥାତ ଆଜି ହେବାକୁ ଥିବା ପୋଷ୍ଟ ଗ୍ରାଜୁଏଟ ଟିଚର ନିଯୁକ୍ତିକୁ ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରାଯାଇଛି। ଏହି ପରୀକ୍ଷାଗୁଡିକ ଓପିଏସସି ବାତିଲ କରିଛି।

ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ଏହି ପରିଷ ହୋଇଥାନ୍ତା। କିନ୍ତୁ ଓପିଏସସି ବିଜ୍ଞପ୍ତି ପ୍ରକାଶ କରି ଅପ୍ସନାଲ୍ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ବୋର୍ଡ ପକ୍ଷରୁ ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍ କରାଯାଇଛି। ତେବେ ଅନ୍ୟ ଅପ୍ସନାଲ ବିଷୟଗୁଡିକର ପରୀକ୍ଷା ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ହେବ। ପରେ ବାତିଲ୍ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ବାହାରିବ ବୋଲି ଓପିଏସସି ସମ୍ପାଦକ କହିଛନ୍ତି ।

Leave A Reply

Your email address will not be published.