ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ଅମୃତସର ବିମାନ ବନ୍ଦରରୁ ୧୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ

0

ଅମୃତସର: ଦିଲ୍ଲୀ ପୋଲିସର ସ୍ପେସିଆଲ ସେଲକୁ ମିଳିଛି ବଡ ସଫଳତା। ସ୍ପେସିଆଲ ବ୍ରାଞ୍ଚର ଅପରେସନରେ ୧୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରାଯାଇଛି। ଏହା ସହିତ ଏକ ଫରଚୁନର କାର ମଧ୍ୟ ଜବତ ହୋଇଛି। ଅମୃତସର ବିମାନ ବନ୍ଦରରେ ଅଭିଯୁକ୍ତ ଜିତେନ୍ଦ୍ର ଉଫ ଜସୀକୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସ ଦ୍ୱାରା ୫ ହଜାର ୬ ଶହ କୋଟିର ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହେବାପରେ ଏବେ ଏହି ଗ୍ୟାଙ୍ଗର ମୁଖ୍ୟ ବିରେନ୍ଦ୍ର ବୋସାୟା ବିରୋଧରେ ପୋଲିସ ଲୁକ ଆଉଟ ନୋଟିସ ଜାରି କରିଛି। ବିରେନ୍ଦ୍ର ଦୁବାଇରେ ରହି ଅନ୍ୟ ଦେଶମାନଙ୍କ ସହ ଡ୍ରଗ୍ସ କାରବାର କରୁଥିବା ପୋଲିସ ସୂଚନା ଦେଇଛି।

ଜବତ ହୋଇଥିବା କୋକେନ ବିରେନ୍ଦ୍ର ଦ୍ବାରା ପଠାଯାଇଥିବା ତଦନ୍ତରୁ ଜଣାଯାଇଛି। ଗତ ଅକ୍ଟୋବର ୨ ତାରିଖରେ ଦିଲ୍ଲୀ ପୋଲିସ ୫୬୦ କେଜିରୁ ଅଧିକ କୋକେନ ଓ ୪୦ କେଜି ହାଇଡ୍ରୋପୋନିକ ମାରିଯୁଆନା ଜବତ କରିଥିଲା। ଏହାର ମୂଲ୍ୟ ପାଖାପାଖି ୫ ହଜାର ୬ ଶହ ୨୦ କୋଟି ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.