ପ୍ରମୁଖ ଖବର

‘ପୁଷ୍ପା ୨’ ଦଳାଚକଟା ଘଟଣାରେ ମୃତ ମହିଳାଙ୍କ ପରିବାରକୁ ୨ କୋଟି ଦେବେ ଅଲ୍ଲୁ ଅର୍ଜୁନ
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ
କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ
ପତଞ୍ଜଳି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲା ଡାବର କମ୍ପାନି
କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି

ସ୍ତନ କର୍କଟ ନିମନ୍ତେ ସମ୍ମମରେ ବ୍ରାକିଥେରାପି ଚିକିତ୍ସା ଉପଲବ୍ଧ

0

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ।ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ ଆଭ୍ୟନ୍ତରୀଣ ବିକୀରଣ ପ୍ରକ୍ରିୟା ଯେଉଁଥିରେ କି ଛୋଟ ଛୋଟ ରେଡିଓଆକ୍ଟିଭ୍ ଉତ୍ସଗୁଡ଼ିକୁ ଟ୍ୟୁମରର ଚିକିତ୍ସା ପାଇଁ ଖଞ୍ଜାଯାଇଥାଏ।

ବର୍ତମାନ ସ୍ତନ କର୍କଟ ହେଉଛି ମହିଳାମାନଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ କର୍କଟ ରୋଗ। ଏହାର ଚିକିତ୍ସା ପାଇଁ ସାଧାରଣତଃ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି ଓ ହର୍‌ମୋନଥେରାପିର ସାହାଯ୍ୟ ନିଆଯାଇଥାଏ। ବିକିରଣ ଚିକିତ୍ସା ବା ରେଡିଓଥେରାପି ବିଗତ ୧୦୦ବର୍ଷ ଧରି ଏକ ନିରାପଦ, ପ୍ରମାଣିତ, ବହୁଳଭାବେ ବ୍ୟବହୃତ ଓ ସ୍ୱଳ୍ପ ଖର୍ଚ୍ଚ ସାପେକ୍ଷ କର୍କଟ ଚିକିତ୍ସା ପଦ୍ଧତି ବୋଲି ସମ୍ ଅଲ୍ଟିମେଟ ମେଡିକେୟାରର ରେଡିଏସନ୍ ଅଙ୍କୋଲୋଜି ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ଚିର ରଞ୍ଜନ ଖାଡଙ୍ଗା କହିଛନ୍ତି।

ସାଧାରଣତଃ ସ୍ତନ କର୍କଟରେ ଅସ୍ତ୍ରୋପଚାର ପରେ ବିକିରଣ ଚିକିତ୍ସା ପ୍ରାୟ ୪ ରୁ ୬ ସପ୍ତାହ ପରେ ଦିଆଯାଇଥାଏ। ତେବେ ବର୍ତମାନ ‘ଇଂଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି’ ପରି ଆଧୁନିକ ଚିକିତ୍ସା ପ୍ରଣାଳୀର ପ୍ରୟୋଗ ଦ୍ୱାରା ‘ସ୍ତନ କର୍କଟରେ ବିକିରଣ ଚିକିତ୍ସା’ ମାତ୍ର ୫ ରୁ୧୦ ଦିନ ମଧ୍ୟରେ ଦିଆଯାଇପାରୁଛି। ଏହାଦ୍ୱାରା ଚିକିତ୍ସା ସମୟ ଓ ଖର୍ଚ୍ଚ କମ୍ ହେବା ସହ ରୋଗୀକୁ କମ କଷ୍ଟ ସହ୍ୟ କରିବାକୁ ପଡ଼େ ଯାହା ରୋଗୀକୁ ଆରାମ ଦେଇଥାଏ ବୋଲି ସେ କହିଛନ୍ତି।

ଡାକ୍ତର ଖାଡଙ୍ଗା କହିଛନ୍ତି ଯେ ବର୍ତମାନ ଓଡିଶାରେ ପ୍ରଥମଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍ତନ କର୍କଟରେ ଏହି ବ୍ରାକିଥେରାପି ଚିକିତ୍ସା ସଫଳତାର ସହ କରାଯାଇପାରିଛି। ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏକି ସ୍ତନ କର୍କଟର ପ୍ରାରମ୍ଭିକ ସ୍ତରରେ ଚିହ୍ନଟ ହୋଇଥିଲେ ତାଙ୍କର ଏହି ଚିକିତ୍ସା କରାଯାଇଛି। ଅସ୍ତ୍ରୋପଚାର ଦ୍ୱାରା କର୍କଟ ଦ୍ୱାରା ଆକ୍ରାନ୍ତ ଅଂଶକୁ ବାହାର କରାଯାଇ ତୁରନ୍ତ ଉକ୍ତ ଖାଲିସ୍ଥାନରେ (ଟ୍ୟୁମର୍ ବେଡ୍‌), ବ୍ରାକିଥେରାପିର ସୂକ୍ଷ୍ମନଳୀକୁ (ଫେକ୍ସିବୁଲ୍ କ୍ୟାଥିଟର୍‌) ଇମ୍‌ପ୍ଳାଂଟ୍ କରାଯାଇ, ପାଂଚଦିନ ନିମନ୍ତେ ଦିନକୁ ଦୁଇ ଥର ବ୍ରାକିଥେରାପି ଚିକିତ୍ସା କରାଯାଇଥିଲା । ଏହାପରେ ରୋଗୀ ସୁସ୍ଥ ହୋଇ ଘରକୁ ଯାଇପାରିଥିଲେ ବୋଲି ସେ କହିଛନ୍ତି । ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର ଓ ବ୍ରାକିଥେରାପି ଚିକିତ୍ସା ମାତ୍ର ୧୦ (ଦଶ) ଦିନ ମଧ୍ୟରେ ହୋଇଥିଲା।

ସମ୍ମମରେ ବ୍ରାଭୋସ ମଲ୍ଟି ଚାନେଲ୍ ବ୍ରାକିଥେରାପି ମେସିନ୍‌, ବ୍ରାକି ଭିଜନ୍ ଟିପିଏସ୍ ସାହାଯ୍ୟରେ ଅଭିଜ୍ଞ ଡାକ୍ତର, ଟେକ୍ନିସିଆନ୍ ଓ ନର୍ସମାନେ ଏହି ପ୍ରକାର ଚିକିତ୍ସା ନିମନ୍ତେ ରୋଗୀମାନଙ୍କୁ ସାହାଯ୍ୟ ଓ ସହଯୋଗ କରୁଛନ୍ତି। ବ୍ରାକିଥେରାପି ଏଭଳି ଏକ ଚିକିତ୍ସା ପ୍ରକ୍ରିୟା ଯାହା ମହିଳାମାନଙ୍କ ମନକୁ ମଧ୍ୟ ଦୃଢ଼ କରିଥାଏ। ସ୍ତନ କର୍କଟ ଖୁବ୍ ପ୍ରାରମ୍ଭିକ ସ୍ତରରୁ ମାମୋଗ୍ରାମ୍‌, ଏମ୍‌ଆରଆଇ ବ୍ରେଷ୍ଟ ଏବଂ ପେଟସିଟି ଭଳି ପରୀକ୍ଷଣରୁ ଚିହ୍ନଟ ହୋଇଥାଏ ବୋଲି ସେ କହିଛନ୍ତି। “ସମ୍ମମରେ ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରଦାନ ନିମନ୍ତେ ଆମେ ବଦ୍ଧପରିକର। ବ୍ରାକିଥେରାପିର ଚିକିତ୍ସା ଦ୍ୱାରା ଆମେ ରୋଗୀଙ୍କୁ ଉନ୍ନତମାନର ସେବା ଓ ଯତ୍ନ ପ୍ରଦାନ କରିପାରିବୁ” ବୋଲି ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି।
“ସ୍ତନ କର୍କଟ ଚିକିତ୍ସା ନିମନ୍ତେ ବ୍ରାକିଥେରାପି ଖୁବ୍ ଉନ୍ନତ। ଆମ ମଲ୍ଟିଡିସିପ୍ଲିନାରୀ ଟିମ୍ ଏହି ପ୍ରକ୍ରିୟାକୁ ଠିକ୍ ଭାବେ ବ୍ୟବହାର କରି ରୋଗୀ ସେବା ପାଇଁ କଠିନ ପରିଶ୍ରମ କରୁଛି” ବୋଲି କହିଛନ୍ତି ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର।

Leave A Reply

Your email address will not be published.