ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ

0

ନ୍ୟୁଜ୍ ବ୍ୟୁରୋ: ସେବି ଅଧ୍ୟକ୍ଷ ମାଧବୀ ବୁଚଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ନିଜ ପଦର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ। ତାଙ୍କ ବିରୋଧରେ ମିଳିଲାନି କୌଣସି ବି ପ୍ରମାଣ। ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବୁଚଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ସରକାର ତାଙ୍କୁ ନିର୍ଦୋଷ ପ୍ରମାଣିତ କରିଛନ୍ତି।

ଆମେରିକାର ହିନ୍ଦନବର୍ଗ ରିସର୍ଚ୍ଚ ଏବଂ କଂଗ୍ରେସ ଦଳ ଦ୍ୱାରା ସେବି ମୁଖ୍ୟଙ୍କ ବିରୋଧରେ ଆର୍ଥିକ ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଏହାକୁ ନେଇ ମାଧବୀ ତଦନ୍ତର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ହିନ୍ଦନବର୍ଗ ରିସର୍ଚ୍ଚ ସେବି ଚେୟାରମ୍ୟାନ୍ ମାଧବୀଙ୍କ ନୀରବତା ଉପରେ ପ୍ରଶ୍ନ କରିଥିଲା ​​ସେତେବେଳେ ଆର୍ଥିକ ଅସଦାଚରଣ ଅଭିଯୋଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ମାଧବୀଙ୍କର ଆଦାନୀ ଗ୍ରୁପ୍ ସହିତ ଅନୈତିକ ଆର୍ଥିକ ସମ୍ପର୍କ ଥାଇପାରେ ବୋଲି ହିଡେନବର୍ଗ ଅଭିଯୋଗ ଆଣିଥିଲା। ଏହି ଅଭିଯୋଗ ଏବେ ମଧ୍ୟ ତଦନ୍ତ ଅଧୀନରେ ରହିଛି। ଏହା ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ୨୦୨୫ ମସିହା ଫେବ୍ରୁଆରୀରେ ତାଙ୍କ କାର୍ଯ୍ୟକାଳ ଶେଷ କରିବେ।

ଏହି ଅଭିଯୋଗର ଜବାବରେ ମାଧବୀ ଏବଂ ତାଙ୍କ ସ୍ୱାମୀ ଧାୱଲ ବୁଚ କହିଛନ୍ତି, ହିନ୍ଦନବର୍ଗ ଦାବିଗୁଡିକ ଭିତ୍ତିହୀନ ଏବଂ ଏହି ଅଭିଯୋଗ ସେମାନଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର।

Leave A Reply

Your email address will not be published.