ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ବିଦା ହେଲେ ଡେରାବିଶ ସିଡିପିଓ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଛି। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମଙ୍ଗଳବାର ଜଣେ ମହିଳା କିରାଣୀ ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ। ତେବେ ବର୍ତ୍ତମାନ ସିଡିପିଓଙ୍କ ନାଁରେ ଏବେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ମଧ୍ୟ ଆସିଛି।
କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଶିଶୁ ବିକାଶ ବିଭାଗର ସିଡିପିଓ ସ୍ନେହଲତା ସାହୁ ସେଠାରେ କାର୍ଯ୍ୟରତ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଗର୍ଭ ଯନ୍ତ୍ରଣାରେ ଛଟପଟ ଅବସ୍ଥାରେ ଡାକ୍ତରଖାନା ନଛାଡିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଏହାସହ ଆଜି ସିଡିପିଓ ସ୍ନେହଲତା ସାହୁଙ୍କ ଅବହେଳା ପାଇଁ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହେବା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସ୍ନେହଲତାଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଗଲା। ଘଟଣାର ନିରପେକ୍ଷ ତଦନ୍ତ ହୋଇ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିରପେକ୍ଷ ଏବଂ ତ୍ୱରିତ ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ ମାସର ଗର୍ଭବତୀ ଥାଇ ମଧ୍ୟ ପ୍ରତ୍ୟେକ ଦିନ ଅଫିସ୍ ଆସୁଥିଲେ। ହେଲେ ଗତ ଶୁକ୍ରବାର ଅଫିସରେ ବର୍ଷାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେ ଡାକ୍ତରଖାନା ଯିବା ପାଇଁ ବିଭାଗୀୟ ଅଧିକାରୀ ସିଡିପିଓ ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ। ମାତ୍ର ସେ ତାଙ୍କୁ ଏଥିପାଇଁ ଅନୁମତି ନ ଦେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାପରେ ବର୍ଷାଙ୍କ ସମ୍ପର୍କୀୟମାନେ ଖବର ପାଇ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଗର୍ଭରେ ଥିବା ନବଜାତକର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ।

Leave A Reply

Your email address will not be published.