ପ୍ରମୁଖ ଖବର

ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଲା ଭାରତ
ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ: ପୃଥ୍ବୀରାଜ ହରିଚନ୍ଦନ
ତେଜ ପ୍ରତାପଙ୍କୁ ପାର୍ଟିରୁ ବହିଷ୍କାର କଲେ ଲାଲୁ ଯାଦବ
ତାଜମହଲ ଉଡ଼ାଇ ଦେବାକୁ ଧମକ, ହାଇ ଆଲର୍ଟ ଜାରି
୪ ରାଜ୍ୟର ୫ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା
ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀମାନଙ୍କୁ ସାଢ଼େ ୫ ପୂର୍ବରୁ ଅଫିସ ଛାଡ଼ିବା ମନା
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ତାମିଲନାଡୁରେ ସଡକ ଦୁର୍ଘଟଣାରେ ୪ ଓଡିଆ ସାମ୍ବାଦିକ ଗୁରୁତର

0

ତାମିଲନାଡୁ: ତାମିଲନାଡୁର ରାମେଶ୍ୱରମ ନିକଟରେ ଏକ ସଡକ ଦୁର୍ଘଟଣାରେ ଓଡିଶାର ୪ ଜଣ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି। ଟ୍ରକ-ବୋଲେରୋ କାର ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଚାରିଜଣ ସାମ୍ବାଦିକ ରାମେଶ୍ୱରମ୍ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବାବେଳେ ସେମାନଙ୍କ ଗାଡି ପଛପଟୁ ଟ୍ରକକୁ ଧକ୍କା ଦେଇଥିଲା। ଯାହାଫଳରେ ଚାରିଜଣ ସାମ୍ବାଦିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ରାମନାଡ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସାହାଯ୍ୟ ପାଇଁ ସାମ୍ବାଦିକ ଓ ପରିବାର ଲୋକେ ଓଡିଶା ସରକାରଙ୍କ ସହଯୋଗ ଲୋଡିଛନ୍ତି।

Leave A Reply

Your email address will not be published.