ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ମେଘନାଦ ପାଚେରିରେ ଫାଟ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦାୟୀ

0

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀର ସୁରକ୍ଷାକୁ ନେଇ ତେଜିଲା ରାଜନୀତି। ମେଘନାଦ ପାଚେରିରେ ଫାଟ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦାୟୀ ବୋଲି ବିଜେପି ବିଜେଡିକୁ ଦାୟୀ କରୁଥିବା ବେଳେ ସେପଟେ ଶ୍ରୀଜଗନ୍ନାଥ ମନ୍ଦିରର ଅଂଶବିଶେଷ ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରତ୍ନତତ୍ତ୍ବ ବିଭାଗର। ତେଣୁ ଆଙ୍ଗୁଳି ନିର୍ଦ୍ଦେଶ କେଉଁଠିକୁ ହେବା ଦରକାର ବୋଲି ପାଲଟା ପ୍ରଶ୍ନ କରିଛି ବିଜେଡି ।

ମେଘନାଦ ପାଚେରିରେ ଫାଟ ଘଟଣାରେ ମୁଁହ ଖୋଲିଛନ୍ତି ହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି। ଆଉ ନାଁ ନନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅସନ୍ତୋଷ ଝାଡ଼ି ସେ କହିଛନ୍ତି ଜାଣିଶୁଣି ମନ୍ଦିରକୁ ଭାଙ୍ଗିଦେଲେ। ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଦେଲେ। ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ। ଏହାଦ୍ବାରା ମନ୍ଦିର ଚାରିକଡ଼ୁ ସପୋର୍ଟ ସବୁ କମିଗଲା। ସପୋର୍ଟ କମିବା ଯୋଗୁଁ ପାଚେରୀ ଚାରିଆଡ଼େ ଫାଟିଗଲା। ଏହାକୁ ସଂପୂର୍ଣ୍ଣ ମରାମତି ନ କଲେ ଏହା ପୂରା ଭାଙ୍ଗିଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ସହିତ ସ୍ୱର ମିଳାଇଛି ବିଜେପି।

ପୂର୍ବ ବିଜେଡି ସରକାରକୁ କଡା ସମାଲୋଚନା କରିଛି ବିଜେପି। ନିଜର ରାଜନୈତିକ ଫାଇଦା ପାଇଁ ପୁରାତନ ଐତିହ୍ୟକୁ ବିପଦକୁ ଠେଲି ଦେଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।

ମେଘନାଦ ପାଚେରିରେ ଫାଟ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦାୟୀ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ପ୍ରକଳ୍ପ ନିର୍ମାଣ ସମୟରେ ପ୍ରତ୍ନତତ୍ତ୍ବ ବିଭାଗ ଓ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିର ବିନା ଅନୁମତିରେ ପ୍ରଥମେ ମେସିନ୍ ଲଗାଇ ଖୋଳାଗଲା । ଆମସାର ଆକ୍ଟ ୧୯୫୮କୁ ନମାନି ବେଆଇନ କାମ କରାଗଲା। ମାମଲା ଅଦାଲତକୁ ଗଲା। ବିନା କୌଣସି ହେରିଟେଜ ଇମ୍ପାକ୍ଟ ଷ୍ଟଡିରେ କାହିଁକି ଖୋଳାଖୋଳି କରାଗଲା? ବୋଲି ସେ ପ୍ରଶ୍ନ କରିଛନ୍ତି। ଏନଏମଏ ନିୟମ ଅନୁସାରେ ଶହେ ମିଟର ପରିସରରେ କୌଣସି ନିର୍ମାଣ କାମ, ଖୋଳାଖୋଲି କରିହେବନି। ଏହାକୁ ନମାନିବା ମହଙ୍ଗା ପଡିଲାଣି। ୯ଶହ ବର୍ଷର ପ୍ରାଚୀନ ମନ୍ଦିରର ସ୍ଥାୟୀତ୍ବ ବିଗାଡି ଦିଆଗଲା । ଏବେ ମେଘନାଦ ପାଚେରୀ ଉପରେ ଏହାର ପ୍ରଭାବ ପଡିଲାଣି, ପରେ ମନ୍ଦିର ଉପରେ ଯେ ନପଡିବ ତାହା କିଏ କହିବ ବୋଲି ଅନିଲ ବିଶ୍ବାଳ ସୋସିଆଲ୍ ମିଡିଆରେ ଲେଖିଛନ୍ତି।
ସେପଟେ ଶ୍ରୀଜଗନ୍ନାଥ ମନ୍ଦିରର ଅଂଶବିଶେଷ ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରତ୍ନତତ୍ତ୍ବ ବିଭାଗର। ତେଣୁ ଆଙ୍ଗୁଳି ନିର୍ଦ୍ଦେଶ କେଉଁଠିକୁ ହେବା ଦରକାର ବୋଲି ପାଲଟା ପ୍ରଶ୍ନ କରିଛି ବିଜେଡି।

Leave A Reply

Your email address will not be published.