ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ତାମିଲନାଡୁରେ ସଡକ ଦୁର୍ଘଟଣାରେ ୪ ଓଡିଆ ସାମ୍ବାଦିକ ଗୁରୁତର

0

ତାମିଲନାଡୁ: ତାମିଲନାଡୁର ରାମେଶ୍ୱରମ ନିକଟରେ ଏକ ସଡକ ଦୁର୍ଘଟଣାରେ ଓଡିଶାର ୪ ଜଣ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି। ଟ୍ରକ-ବୋଲେରୋ କାର ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଚାରିଜଣ ସାମ୍ବାଦିକ ରାମେଶ୍ୱରମ୍ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବାବେଳେ ସେମାନଙ୍କ ଗାଡି ପଛପଟୁ ଟ୍ରକକୁ ଧକ୍କା ଦେଇଥିଲା। ଯାହାଫଳରେ ଚାରିଜଣ ସାମ୍ବାଦିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ରାମନାଡ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସାହାଯ୍ୟ ପାଇଁ ସାମ୍ବାଦିକ ଓ ପରିବାର ଲୋକେ ଓଡିଶା ସରକାରଙ୍କ ସହଯୋଗ ଲୋଡିଛନ୍ତି।

Leave A Reply

Your email address will not be published.