ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ବିରୋଧ ପରେ ଅଦିନିଆ ରଥଯାତ୍ରାରୁ ଓହରିଲା ଇସ୍କନ

0

ଭୁବନେଶ୍ବର: ପ୍ରବଳ ବିରୋଧ ପରେ ବାତିଲ ହେଲା ଇସ୍କନ ରଥଯାତ୍ରା। ଆମେରିକାର ହଷ୍ଟନରେ ହେବାକୁ ଥିବା ରଥଯାତ୍ରାକୁ ବାତିଲ କରିଛି ଇସ୍କନ। ଏନେଇ ସୂଚନା ଦେଇଛନ୍ତି ଇସ୍କନର ରାଷ୍ଟ୍ରୀୟ ଜନସମ୍ପର୍କ ନିର୍ଦ୍ଦେଶକ ଯୁଧିଷ୍ଠିର ଗୋବିନ୍ଦ ପ୍ରଭୁ। ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ବୟାନ ପରେ ଅଦିନିଆ ରଥଯାତ୍ରାରୁ ଓହରିଲା ଇସ୍କନ।

ଆସନ୍ତା ୯ ତାରିଖରେ ଆମେରିକା ହ୍ୟୁଷ୍ଟନ୍‌ରେ ହେବନି ଇସ୍କନ ରଥଯାତ୍ରା। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ବଦଳରେ ସେଦିନ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ବୋଲି ପ୍ରେସ ବିବୃତି ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଇସ୍କନ ରଥଯାତ୍ରା ବାତିଲ ପରେ ଭୁବନେଶ୍ୱର ଶାଖା ଉପସଭାପତି ତୁକାରାମ ଦାଶ କହିଛନ୍ତି, ତିଥି ଅନୁସାରେ ସବୁଠି ରଥଯାତ୍ରା ହେଉ। ଆମେ ଏନେଇ ଉଦ୍ୟମ ଜାରି ରଖିଛୁ। ପାଣିପାଗର ସ୍ଥିତି, ସରକାରଙ୍କ ଅନୁମତି ନେଇ ସମସ୍ୟା ହେଉଛି। ମୁଁ ଏନେଇ ଗଜପତି ମହାରାଜାଙ୍କ ସହ କଥା ହୋଇଛି। ଗଜପତି ମହାରାଜା ଭାରତ ସରକାରଙ୍କ ସହ କଥା ହୁଅନ୍ତୁ। ଭାରତ ସରକାରଙ୍କ ସହ କଥା ହୋଇ ତିଥିରେ କରିବାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗିବା ପାଇଁ ଇସ୍କନ ଅପଚେଷ୍ଟା କରିଥିଲା। ଅଦିନରେ ରଥଯାତ୍ରା ନକରି ପୁଣି ଥରେ ଆମେରିକା ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ନିଜକୁ ସୁହାଉଥିବା ଯେ କୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିବା ସହ ତୀବ୍ର ପ୍ରତିକ୍ରିୟା କରିଥିଲେ।

Leave A Reply

Your email address will not be published.