ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

କାନାଡ଼ାରେ ପଢ଼ା ହେବ ଓଡ଼ିଆ

0

ନୂଆଦିଲ୍ଲୀ: ଏବେ କାନାଡ଼ାରେ ପଢ଼ା ହେବ ଓଡ଼ିଆ। କାନାଡ଼ାରେ ଓଡ଼ିଆ ଭାଷାରେ ପାଠପଢ଼ିବେ ପ୍ରବାସୀଙ୍କ ପିଲା। ଟରୋଣ୍ଟୋ ଡିଷ୍ଟ୍ରିକ୍ଟ ସ୍କୁଲ ବୋର୍ଡ ପକ୍ଷରୁ ଓଡ଼ିଆ ଶିକ୍ଷା ପ୍ରଚଳନ ପାଇଁ ଅନୁମତି ମିଳିବା ପରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପୂର୍ବରୁ ହିନ୍ଦୀ ଭଳି କେତେକ ଭାରତୀୟ ଭାଷା ଶିକ୍ଷା ପାଇଁ ଅନୁମତି ମିଳିଥିବାବେଳେ ପ୍ରଥମଥର ଓଡ଼ିଆ ଭାଷାରେ ଶିକ୍ଷାକୁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟରେ ଏହା ଟମ୍‌ ଓ ସାଣ୍ଟେର ପବ୍ଲିକ ସ୍କୁଲରେ ଆରମ୍ଭ ହୋଇଛି। ପ୍ରତି ଶନିବାର ୩ଘଣ୍ଟା ଓଡ଼ିଆ ଭାଷାର ପାଠ ପଢ଼ାଯିବ। ପର୍ଯ୍ୟାୟକ୍ରମେ ଏହା ଟରୋଣ୍ଟୋର ଅନ୍ୟ ବୋର୍ଡରେ ପଢ଼ାଯିବ।

ତେବେ ପ୍ରଥମ ପର୍ଯ୍ୟାୟରେ ଏଥିରେ ୨୫-୩୦ଜଣ ପିଲାଙ୍କ ନାମ ପଞ୍ଜୀକରଣ କରାଯାଇଛି। ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। କାନାଡ଼ାରେ ଓଡ଼ିଆ ଭାଷାର ଶିକ୍ଷା ପଛରେ ପ୍ରବାସୀ ଭାରତୀୟ ଅମଳେନ୍ଦୁ ଦାସଙ୍କ ପ୍ରମୁଖ ଭୂମିକା ରହିଛି। ଏହି ସଫଳତାକୁ ଆଗକୁ ନେବା ସହ ପିଲାଙ୍କ ପଞ୍ଜୀକରଣ ପାଇଁ ଆର୍ଥିକ ବ୍ୟବସ୍ଥା ସତ୍ୟ ଦାସ ଏବଂ କମଳାକାନ୍ତ ବେହେରାଙ୍କ ଦ୍ୱାରା କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.