ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

କାନାଡ଼ାରେ ପଢ଼ା ହେବ ଓଡ଼ିଆ

0

ନୂଆଦିଲ୍ଲୀ: ଏବେ କାନାଡ଼ାରେ ପଢ଼ା ହେବ ଓଡ଼ିଆ। କାନାଡ଼ାରେ ଓଡ଼ିଆ ଭାଷାରେ ପାଠପଢ଼ିବେ ପ୍ରବାସୀଙ୍କ ପିଲା। ଟରୋଣ୍ଟୋ ଡିଷ୍ଟ୍ରିକ୍ଟ ସ୍କୁଲ ବୋର୍ଡ ପକ୍ଷରୁ ଓଡ଼ିଆ ଶିକ୍ଷା ପ୍ରଚଳନ ପାଇଁ ଅନୁମତି ମିଳିବା ପରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପୂର୍ବରୁ ହିନ୍ଦୀ ଭଳି କେତେକ ଭାରତୀୟ ଭାଷା ଶିକ୍ଷା ପାଇଁ ଅନୁମତି ମିଳିଥିବାବେଳେ ପ୍ରଥମଥର ଓଡ଼ିଆ ଭାଷାରେ ଶିକ୍ଷାକୁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟରେ ଏହା ଟମ୍‌ ଓ ସାଣ୍ଟେର ପବ୍ଲିକ ସ୍କୁଲରେ ଆରମ୍ଭ ହୋଇଛି। ପ୍ରତି ଶନିବାର ୩ଘଣ୍ଟା ଓଡ଼ିଆ ଭାଷାର ପାଠ ପଢ଼ାଯିବ। ପର୍ଯ୍ୟାୟକ୍ରମେ ଏହା ଟରୋଣ୍ଟୋର ଅନ୍ୟ ବୋର୍ଡରେ ପଢ଼ାଯିବ।

ତେବେ ପ୍ରଥମ ପର୍ଯ୍ୟାୟରେ ଏଥିରେ ୨୫-୩୦ଜଣ ପିଲାଙ୍କ ନାମ ପଞ୍ଜୀକରଣ କରାଯାଇଛି। ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। କାନାଡ଼ାରେ ଓଡ଼ିଆ ଭାଷାର ଶିକ୍ଷା ପଛରେ ପ୍ରବାସୀ ଭାରତୀୟ ଅମଳେନ୍ଦୁ ଦାସଙ୍କ ପ୍ରମୁଖ ଭୂମିକା ରହିଛି। ଏହି ସଫଳତାକୁ ଆଗକୁ ନେବା ସହ ପିଲାଙ୍କ ପଞ୍ଜୀକରଣ ପାଇଁ ଆର୍ଥିକ ବ୍ୟବସ୍ଥା ସତ୍ୟ ଦାସ ଏବଂ କମଳାକାନ୍ତ ବେହେରାଙ୍କ ଦ୍ୱାରା କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.