ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ସାର କାରଖାନାରେ ବିସ୍ଫୋରଣ, ୩ ମୃତ ୯ ଆହତ

0

ମହାରାଷ୍ଟ୍ର: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଏକ ସାର କାରଖାନାରେ ଭୟଙ୍କର ବିସ୍ଫୋରଣ। କାରଖାନାରେ ପ୍ରଥମେ ବିସ୍ଫୋରଣ ଘଟି ଗ୍ୟାସ୍ ଲିକ୍ ହେବା କାରଣରୁ ଏହି ଅଘଟଣ ଘଟିଛି। ଫଳରେ ଦୁଣ ଜଣ ମହିଳାଙ୍କ ସମେତ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୯ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ସାଙ୍ଗଲି କାଡେଗାଁ ତହସିଲର ଶାଲଗାଁ ଏମଆଇଡିସିର ମିଆଁମାର କେମିକାଲ୍ କମ୍ପାନୀରେ ଏହି ଘଟଣା ଘଟିଥିଲା। କାରଖାନାରେ କୌଣସି କାରଣରୁ ପ୍ରଥମେ ବିସ୍ଫୋରଣ ହେବା ପରେ ଗ୍ୟାସ୍ ଲିକ୍ ହେବା କାରଣରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ ଏକ ସାର କାରଖାନାର ଏକ ରିଆକ୍ଟର ବିସ୍ଫୋରଣ ହୋଇ ରାସାୟନିକ ଧୂଆଁ ଲିକ୍ ହେଲା। ଏହି ଗ୍ୟାସ୍ ଲିକ୍ ଯୋଗୁଁ ପ୍ରାୟ ୧୨ ଜଣ ଲୋକ ପ୍ରଭାବିତ ହୋଇଥିଲେ ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଥିମଧ୍ୟରୁ ଦୁଇଜଣ ମହିଳା କର୍ମଚାରୀ ଏବଂ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଚିକିତ୍ସିତ ହେଉଛନ୍ତି।

ସାଙ୍ଗଲି ପୋଲିସ୍ ଅଧୀକ୍ଷକ କହିଛନ୍ତି ଯେ, ରିଆକ୍ଟରରେ ବିସ୍ଫୋରଣ ପରେ ଆମୋନିୟା ଗ୍ୟାସ୍ ଲିକ୍ ହୋଇଛି ବୋଲି ସନ୍ଦେହ କରାଯାଉଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ୭ ଜଣ ଆହତଙ୍କୁ କରଦସ୍ଥିତ ସାହ୍ୟାହ ସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.