ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସଦୃଶ ଲଘୁଚାପ କ୍ଷେତ୍ର

0

୨୪ ଘଣ୍ଟାରେ ନେବ ଡିପ୍ରେସନ ର ରୂପ
ଭୁବନେଶ୍ବର: ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ରହିଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଆଜି ସକାଳେ ସଦୃଶ ଲଘୁଚାପ କ୍ଷେତ୍ର ର ରୂପ ନେଇଛି। ଏହି କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଦକ୍ଷିଣ ବଙ୍ଗୋପସାଗର ର କେନ୍ଦ୍ରୀୟ ଭାଗ ରେ ଡିପ୍ରେଶନ ର ରୂପ ନେବ ଓ ପରବର୍ତ୍ତୀ ୨ ଦିନରେ ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ତାମିଲନାଡୁ – ଶ୍ରୀଲଙ୍କା ଉପକୂଳ ନିକଟ ରେ ଆସି ପହଞ୍ଚିବ।

କିଛି ମଡେଲ ଙ୍କ ଆକଳନ ଅନୁଯାୟୀ ଏହି କ୍ଷେତ୍ର ଟି ତାମିଲନାଡୁ – ଶ୍ରୀଲଙ୍କା ଉପକୂଳ ନିକଟସ୍ଥ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରୁ ଉତ୍ତର ଦିଗରେ ଗତି କରିପାରେ। ତେବେ ଏହି ସିଷ୍ଟମ୍ ଟି ବାତ୍ୟା ରେ ରୂପାନ୍ତରିତ ହୋଇପାରେ ବୋଲି ECMWF, GFS ମଡେଲ ଆକଳନ କରୁଛନ୍ତି । ଏହି ସମୟରେ ସିଷ୍ଟମ୍ ଘନୀଭୂତ ହୋଇ ପାଣିପାଗ ଓ ସାମୁଦ୍ରିକ ଉପାଦାନ ଅନୁକୂଳ ରହିଛି।

ଏହି ସିଷ୍ଟମ୍ ପ୍ରଭାବ ରେ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ରେ ଏହି ସିଷ୍ଟମ୍ ପ୍ରଭାବ ରେ ୨୮ ରୁ ୩୦ ତାରିଖ ଯାଏଁ ଉପକୂଳ ଓଡ଼ିଶା ରେ ପାଗ କେତେକାଂଶ ରେ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.