ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଧାନ କିଣା ନେଇ ମିଲରଙ୍କୁ କଡା ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ

0

ଭୁବନେଶ୍ବର: ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଡ଼ା ଚେତାବନୀ। ଧାନ କିଣା ପ୍ରସଙ୍ଗ ନେଇ ମିଲର ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। କୃଷ୍ଣ ପାତ୍ର କହିଛନ୍ତି ଯେ, ସିଧାସଳଖ ମିଲର ମାନେ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ। କେବଳ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମଣ୍ଡି ରୁ ଧାର୍ଯ୍ୟ ଦରରେ ଧାନ କିଣିବେ।

ଏହା ସହ ବାହାରୁ ଧାନ କିଣୁଥିବା ମିଲରଙ୍କ ମିଲ୍‌ କୁ ସିଲ୍‌ କରାଯିବ। ଏହା ସହ ମିଲ୍‌ କୁ କଳା ତାଲିକାଭୁକ୍ତ କରାଯିବ। ସେ ଆଉ ବେପାର କରି ପାରିବ ନାହିଁ। ନୂଆପଡ଼ାରେ ଏହି କାରଣ ପାଇଁ ଏକ ମିଲ୍‌ କୁ ସିଲ୍‌ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ସିଧାସଳଖ ମିଲରଙ୍କ ପାଖକୁ ଧାନ ଯିବ ନାହିଁ। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ନିକଟରେ ନୂଆପଡ଼ାରେ ମିଲ ମାଲିକ ମଣ୍ଡିରୁ ଧାନ ନ କିଣି ୫୦୦ କୁଇଣ୍ଟାଲ ଧାନ ୧୭୦୦ ଟଙ୍କାରେ କିଣି ମହଜୁଦ ରଖିଥିଲା ତାକୁ ସିଲ କରାଯାଇଛି। ଆଗକୁ ଏମିତି ଯିଏ ବି କାମ କରିବ ତା ଉପରେ କଡା ଆକ୍ସନ ନେବେ ରାଜ୍ୟ ସରକାର। ଚାଷୀ ମାନଙ୍କୁ ଅପିଲ କରୁଛି ଟୋକନ ଯେଉଁ ସମୟରେ ଦିଆଯାଉଛି ସେହି ସମୟରେ ଧାନ ମଣ୍ଡିକୁ ଆଣନ୍ତୁ। ଧାନ ମଣ୍ଡିରେ ପଡ଼ି ରହିବ ନାହିଁ, ସରକାର ସେହି ଦିନ ହିଁ ଧାନ କିଣିନେବେ।

Leave A Reply

Your email address will not be published.