ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଡିସେମ୍ବର ୧ ତାରିଖ ଦିନ ହେବ ନୂତନ କଂସ ଚୟନ

0

ବରଗଡ଼: ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୫ ଜାନୁୟାରୀ ୩ତାରିଖରୁ ଆରମ୍ଭ ହେବ। ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ହେବ ନୂତନ କଂସ ଚୟନ। ଏଥିପାଇଁ ତାରିଖ ଘୋଷଣା ହୋଇଛି। ଡିସେମ୍ବର ୧ ତାରିଖ ଦିନ ହେବ ନୂତନ କଂସ ଚୟନ। ଚୟନ ପ୍ରକିୟାରେ ସାମିଲ ହେବାକୁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ୪ ଜଣ କଳାକାରଙ୍କ ନାଁ ଘୋଷଣା କରାଯାଇଥିଲା।

ସେହି କଳାକାରମାନେ ହେଲେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଓ ସୁଶୀଲ କୁମାର ମେହେର। ଏହି ୪ ଜଣଙ୍କ ନାଁ ଘୋଷଣା କରାଯାଇଥିଲା।ଆସନ୍ତା ଡିସେମ୍ବର ୪ତାରିଖରେ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ କଂସ ଚୟନ କରାଯିବ ବୋଲି ଜଣାପଡିଛି। ତେବେ ଡ଼ିସେମ୍ବର ୧ ତାରିଖରେ ହେବାକୁ ଥିବା କଂସ ଚୟନ ପ୍ରକ୍ରିୟାରେ ସେମାନେ ନିଜେ ନିଜର ପାରଦର୍ଶିତା ଦେଖାଇବେ।

ଯେଉଁ କଳାକାର ନିଜ କଳା ପ୍ରଦର୍ଶନରେ ଶୀର୍ଷରେ ରହିବେ ସେ ହେବେ ଚଳିତ ବର୍ଷର ବିଶ୍ବ ପ୍ରସିଦ୍ଧ ବରଗଡ ଧୁନୁଯାତ୍ରାର ନୂତନ କଂସ। ଯାହାଙ୍କର ଅଟହାସ୍ୟରେ ଥରିବ ମଥୁରା। ତେବେ ଏଠାରେ କହିରଖୁଛି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ହେବ କଂସ ଚୟନ ପ୍ରକିୟା।

ସାଧାରଣତଃ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପ୍ରତି ୩ବର୍ଷରେ ଥରେ କଂସ ଅଭିନେତା ଚୟନ ହୋଇଥାନ୍ତି। ଗତ ୨୦୨୨ରେ କଂସ ଅଭିନେତା ଚୟନ ହୋଇଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ଭୋଇ ସେତେବେଳେ ପ୍ରଥମ ସ୍ଥାନ ଅଧିକାର କରି କଂସ ଅଭିନୟ ପାଇଁ ଚୟନ ହୋଇଥିଲେ ଏବଂ ଆସନ୍ତା ଧନୁଯାତ୍ରା ତାଙ୍କ ପାଇଁ ଶେଷ ସୁଯୋଗ ଥିଲା। କିନ୍ତୁ ଲାଞ୍ଚ ନେଇ ସେ ବିବାଦୀୟ ହୋଇ ପଡ଼ିବାରୁ ଧନୁଯାତ୍ରା ମହୋତ୍ସବ ସମିତି ତାଙ୍କୁ ଏଥର କଂସ ଅଭିନୟରୁ ବାଦ୍‌ ଦେଇଛି।

Leave A Reply

Your email address will not be published.