ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ରାଜ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟରେ ଇଡିର ଚଢାଉ

0

ମୁମ୍ବାଇ: ମୋବାଇଲ୍‌ ଆପ୍‌ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ୍ ପ୍ରସ୍ତୁତି ଏବଂ ପ୍ରସାରଣ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଛି।
ଶୁକ୍ରବାର ଇଡି ରାଜ କୁନ୍ଦ୍ରାଙ୍କ ସମେତ ଅନ୍ୟ କେତେକଙ୍କ ଘରେ ମଧ୍ୟ ଚଢାଉ କରିଛି। ପର୍ନ ର଼୍ୟାକେଟ ମାମଲାରେ ଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଇଡି ଖୋଜୁଛି।

ଏହି କାର୍ଯ୍ୟ ମୋବାଇଲ ଆପ ମାଧ୍ୟମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାର ଏବଂ ପ୍ରଚାର ସହିତ ଜଡିତ। ଏହି ଅନୁସନ୍ଧାନ ମୁମ୍ବାଇ ପୋଲିସର ୨୦୨୧ ମାମଲା ଉପରେ ଆଧାରିତ।ମୁମ୍ବାଇ ଏବଂ ଉତ୍ତରପ୍ରଦେଶର ପ୍ରାୟ ୧୫ଟି ସ୍ଥାନରେ ତଲାସୀ ଚାଲିଛି। ମୋବାଇଲ୍ ଆପ୍ଲିକେସନ୍ ଏବଂ ଅନ୍ୟ ମାଧ୍ୟମ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ବିତରଣରେ ସନ୍ଦିଗ୍ଧଙ୍କ ଭୂମିକା ସମ୍ବନ୍ଧରେ ଏହି ଯାଞ୍ଚ କରାଯାଉଛି।

ଏହାପୂର୍ବରୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ୨୦୨୧ ମସିହା ଜୁନ୍ ମାସରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସ। ଏହି ମାମଲାରେ ସିଟି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଭୁଲ ବୋଲି କହିଥିଲେ। ଦୁଇ ମାସ ଜେଲରେ ରହିବା ପରେ ସେ ସେ‌ପ୍ଟେମ୍ବର ୨୦୨୧ରେ ଜାମିନରେ ମୁକୁଳିଥିଲେ।

Leave A Reply

Your email address will not be published.