ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଖୁବଶୀଘ୍ର ବିବାହ କରିବେ ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ

0

ହାଇଦ୍ରାବାଦ: ଭାରତର ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳି ତଥା ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ପଡ଼ିବ ହାତ ଗଣ୍ଠି। ବଧୂ ସାଜିବେ ଭାରତର ଷ୍ଟାର ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ। ଆସନ୍ତା ଡିସେମ୍ବର ୨୨ ତାରିଖରେ ହେବ ବିବାହ ଉତ୍ସବ। ରାଜସ୍ଥାନର ଉଦୟପୁରରେ ହାତକୁ ଦି ହାତ ହେବେ ଏହି ଷ୍ଟାର୍‌ ଖେଳାଳି। କାରଣ ପିଭି ସିନ୍ଧୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ସେମାନଙ୍କର ବିବାହ ହେବ। ସିନ୍ଧୁଙ୍କ ଭାବି ସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ ଏବଂ ପୋଜିଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ।

ପିଭି ସିନ୍ଧୁଙ୍କ ପିତା ପିଭି ରମନା କହିଛନ୍ତି ଯେ ଉଭୟ ପରିବାର ପରସ୍ପରକୁ ଜାଣିଛନ୍ତି। ସିନ୍ଧୁ ଜାନୁଆରୀରୁ ବ୍ୟାଡମିଣ୍ଟନ କାର୍ଯ୍ୟସୂଚୀରେ ବହୁତ ବ୍ୟସ୍ତ ରହିବେ, ତେଣୁ ଡିସେମ୍ବର ବିବାହ ପାଇଁ ଠିକ୍ ସମୟ ରହିବ। ଡିସେମ୍ବର ୨୨ରେ ଉଦୟପୁରରେ ଏହି ବିବାହ ହେବ ଏବଂ ଡିସେମ୍ବର ୨୪ରେ ହାଇଦ୍ରାବାଦରେ ରିସେପ୍ସନ୍ ହେବ। ଏହା ପରେ ସିନ୍ଧୁ ଟ୍ରେନିଂକୁ ଫେରିବେ, କାରଣ ପରବର୍ତ୍ତୀ ସିଜନ୍ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.