ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

0

ଭୁବନେଶ୍ବର; ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ହେବ ଉପନିର୍ବାଚନ। ବିଜେଡିର ପୂର୍ବତନ ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଗୋଟିଏ ଆସନ ଖାଲିପଡ଼ିଛି। ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଥିଲେ। କିଏ ପାଇବେ ଏହି ଆସନ ସେନେଇ ଅପେକ୍ଷା ରହିଛି।

ଏଥିପାଇଁ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି। ୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ରାଜ୍ୟସଭା ଆସନ ବିଜେପି ଖାତାକୁ ଯିବ।

ତେବେ କିଏ ରାଜ୍ୟସଭାକୁ ଯିବେ ତାକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ମମତା ମହାନ୍ତଙ୍କ ପରି ବିଜେପି ସୁଜିତ କୁମାରଙ୍କୁ ରାଜ୍ୟସଭାକୁ ପଠାଇବ ନା ଆଉ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ଉପସ୍ଥିତରେ ସେ ବିଜେପିରେ ଯୋଗ ଦେଇଥିଲେ।

Leave A Reply

Your email address will not be published.