ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ିବା ଘଟଣାରେ ପୁଅ ମୃତ

0

ବାରଙ୍ଗ: ବାରଙ୍ଗରେ ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ି ଦେବା ଘଟଣାରେ ପୁଅ ମୃତ। ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ହୋଇଥିବା ବେଳେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ। ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ଘଟିଥିଲା ଜଘନ୍ୟକାଣ୍ଡ। ଘରୋଇ କଳିରୁ ପୁଅ ଓ ବୋହୂଙ୍କୁ ପୋଡ଼ି ଦେଇଥିଲା ନୃଶଂସ ବାପା।

ସୂଚନା ଅନୁସାରେ, ଗତ ସପ୍ତାହରେ ବାରଙ୍ଗ ଗୋଡିସାହି ବାରସିଙ୍ଗା ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ବାପା ଗୋବର୍ଦ୍ଧନ ରାଉତ ପୁଅ ଓ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ପୁଅ ବୋହୂଙ୍କୁ କଟକର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ମାତ୍ର ପରେ ଉଭୟଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଅ ଦୀନବନ୍ଧୁ ରାଉତଙ୍କ ଶରୀରର ୫୦%ରୁ ଅଧିକ ପୋଡ଼ି ଯାଇଥିବା ବେଳେ ବୋହୂଙ୍କ ଶରୀରର ପ୍ରାୟ ୭୦%ରୁ ଅଧିକ ପୋଡ଼ି ଯାଇଥିଲା। ଉଭୟଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଗତ ରବିବାର ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ ବୋହୁ। ସେପଟେ ଆଜି ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ହୋଇଛି। ସେପଟେ ଘଟଣା ଘଟାଇଥିବା ଅଭିଯୁକ୍ତ ଗୋବର୍ଦ୍ଧନ ମଧ୍ୟ ଆହତ ହୋଇଥିବା ବେଳେ ପୋଲିସ ହେପାଜତରେ ରହି ଏସସିବିରେ ଚିକିତ୍ସିତ ହେଉଛନ୍ତି।

ପୁଅକୁ ୫ ହଜାର ଟଙ୍କା ମାଗିଥିଲେ ହେଲେ ପୁଅ ନଦେବାରୁ ପ୍ରତିଶୋଧ ପରାୟଣ ହୋଇ ପୁଅ-ବୋହୁ ଶୋଇଥିବା ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ କବାଟ ବନ୍ଦ କରି ଦେଇଥିଲା ଗୋବର୍ଦ୍ଧନ। ଏହି ସମୟରେ ସୌଭାଗ୍ୟ ବଶତଃ ଦୀନବନ୍ଧୁଙ୍କ ୫ ବର୍ଷର ପୁଅ ରକ୍ଷା ପାଇ ଯାଇଥିଲେ। ତେବେ ଗୋବର୍ଦ୍ଧନ ଘଟଣା ଘଟାଇଥିବା ସ୍ବୀକାର କରିଥିବା ବେଳେ ଆଗକୁ ତଦନ୍ତ ହେଲେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଥିଲେ ଏସିପି ଅରୁଣ କୁମାର ସ୍ବାଇଁ।

Leave A Reply

Your email address will not be published.