ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଭଦ୍ରକରୁ ବହୁ ପରିମାଣର ବ୍ରାଉନସୁଗାର ଓ ୨୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

0

ଭଦ୍ରକ: ଟାଉନ ଥାନା ଏଲଖାସ୍ଥିତ ଏକ ଭଡ଼ା ଘରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ଆଉ ଚଢଉ ବେଳେ ମୁଢି, ମିକ୍ସଚର, ଚାଉଳ ଡବାରୁ ବାହାରିଥିଲା ପୁଳା ପୁଳା ଟଙ୍କା। ଏତେ ଟଙ୍କା ବାହାରିଥିଲେ ଯେ ହାତରେ ଗଣି ହେଲା ନାହିଁ । ତେଣୁ ଟଙ୍କା ଗଣିବା ପାଇଁ ମେସିନ୍‌ ଆଣିବାକୁ ପଡ଼ିଥିଲା।ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି ପୁଲିସ୍‌।

ଭଦ୍ରକରେ ମାତିଛନ୍ତି ମହିଳା ବ୍ରାଉନ ସୁଗାର ମାଫିଆ । ଖୁଲମଖୁଲା ବେପାର ଚାଲିଥିବାବେଳେ ସୂଚନା ପାଇ ମାଡି ବସିଲା ପୋଲିସ । ଏହି ଚଢ଼ାଉ ସମୟରେ ବ୍ରାଉନସୁଗାର ଜବତ ସହ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ମହିଳାକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୋଲିସ। ଗିରଫ ମହିଳା ଅଭିଯୁକ୍ତ ଜଣକ ହେଲେ କନିଯା ଫତମା। ଚଢ଼ଉ ସମୟରେ ତାଙ୍କ ଘରୁ ୫୦ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା। ଭଦ୍ରକ୍‌ ଟାଉନ ଥାନା ଏଲଖାର ନୟାନଗରରେ ମିର୍ଜାପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନ୍‌ସୁଗାର ଚୋରା କାରବାର ହେଉଥିଲା। ହେଲେ ପ୍ରମାଣ ଅଭାବରୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଆଜି ବ୍ରାଉନ୍‌ସୁଗର ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ପୁଲିସ୍‌ ଖବର ପାଇ ଚଢ଼ାଉ କରିଥିଲା। କନିଯା ଫତମା ଭଡା ଘରେ ରହି ନିଜର କାୟା ବିସ୍ତାର ଆରମ୍ଭ କରି ବ୍ରାଉନ ସୁଗାର କାରବାର କରିବା ସହ ଅନୈତିକ କାର୍ଯ୍ୟ କରି ଆସୁଥିଲେ।

ମହିଳା ଜଣକ ଧରା ପଡ଼ିଯିବା ଭୟରେ ସେ ମୁଢ଼ି ଡବା, ମିକ୍ସଚର ଡବା, ଚାଉଳ ଡବା, ତକିଆ ଖୋଳ, ସପ ଭିତରେ, ରେଜେଇ, ଖଟ ତଳେ ଆଦି ସ୍ଥାନରେ ଟଙ୍କା ଲୁଚାଇ ରଖିଥିଲେ। ପୁଲିସ୍‌ ଟିମ୍‌ ତାଙ୍କ ଘରେ ତନ୍ନତନ୍ନ କରି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୁଳା ପୁଳା ଟଙ୍କା ପାଇଥିଲା। ଏତେ ଟଙ୍କା ପାଇଲା ଯେ ହାତରେ ଗଣି ପାରିନଥିଲା। ତେଣୁ ମେସିନ୍‌ ସାହାଯ୍ୟରେ ଟଙ୍କା ଗଣୁଛି। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି। ଏବେ ମଧ୍ୟ ଚଢ଼ଉ ଜାରି ରହିଛି। ଆହୁରି ଟଙ୍କା ମିଳିବ ବୋଲି ପୁଲିସ୍‌ ଅନୁମାନ କରୁଛି। ତେବେ ମହିଳା ଜଣକ କେଉଁଠାରୁ ବ୍ରାଉନ୍‌ସୁଗର ଆଣି ବେପାର କରୁଥିଲେ, ତାହା ଜଣାପନି ନାହିଁ। କେତେ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି ତାହା ଜଣାପଡିନିଥିବାବେଳେ ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ପୋଲିସ ସୂଚନା ଦେବ ବୋଲି ଏସପି କହିଛନ୍ତି।

Leave A Reply

Your email address will not be published.