ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଅଟୋ ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

0

ନୂଆଦିଲ୍ଲୀ: ଅଟୋ ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ବିଧାସଭା ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ଆରମ୍ଭ ହେଲାଣି ରାଜନୀତି। ଆପ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ଆମ ଆଦମୀ ପାର୍ଟି ତରଫରୁ ଅରବିନ୍ଦ କେଜ୍ରିୱାଲ ୫ଟି ଘୋଷଣା କରିଛନ୍ତି। ତାହା ପୁଣି କେବଳ ଅଟୋ ଚାଳକଙ୍କ ପାଇଁ।

ଅଟୋ ଚାଳକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ଝିଅ ବାହାଘରରେ ଲକ୍ଷେ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି କେଜ୍ରିୱାଲ। କେବଳ ଏତିକି ନୁହେଁ ପିଲାଙ୍କ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୋଚିଂ ଖର୍ଚ୍ଚ ମଧ୍ୟ ବୁଝିବାକୁ ପ୍ରତିଶୃତି ଦେଇଛନ୍ତି। ପ୍ରତିବର୍ଷ ଦୁଇଥର ହୋଲି ଏବଂ ଦିପାବଳୀରେ ୟୁନିଫର୍ମ ପାଇଁ ୨୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସେପଟେ ଦୁର୍ଘଟଣା ବାବଦକୁ ୫ ଲକ୍ଷ ଟଙ୍କାର ଜୀବନ ବୀମା ମଧ୍ୟ ପ୍ରଦାନ କରାଯିବ। କେଜ୍ରିୱାଲ କହିଛନ୍ତି କି, ଆପ ସରକାର ସବୁବେଳେ ଅଟୋ ଚାଳକଙ୍କ ସହ ରହିଛନ୍ତି।

Leave A Reply

Your email address will not be published.