ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

‘ଆଭା’ କାର୍ଡ, ଗୋଟିଏ ଆକାଉଣ୍ଟରେ ରହିବ ରୋଗୀର ପୂର୍ବ ଡାଟା

0

ଭୁବନେଶ୍ବର: ଗୋଟିଏ ଆକାଉଣ୍ଟରେ ରହିବ ରୋଗୀର ସମସ୍ତ ପୂର୍ବ ଡାଟା। ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ। ଏହି ମିଶନ ଅଧୀନରେ ରୋଗୀଙ୍କୁ ମିଳିବ ଏକ ସ୍ୱତନ୍ତ୍ର କାର୍ଡ। ଏହି କାର୍ଡର ନାଁ ହେଉଛି ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା’। ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ।

ରାଜ୍ୟରେ ଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ। ଏନେଇ ମନ୍ତ୍ରୀ କହିଛନ୍ତି, ଏଣିକି ଗୋଟିଏ କାର୍ଡରେ ରୋଗୀଙ୍କ ସମସ୍ତ ତଥ୍ୟ ରହିବ। ହାତରେ ଆଉ ପୁଳା ପୁଳା ପ୍ରେସକିପସନ ଧରିକି ଯିବାକୁ ପଡିବନି। ଏନେଇ ଖୁବଶୀଘ୍ର ରାଜ୍ୟ ସରକାର ଡିଜିଟାଏ ହେଲଥ୍ ମିଶନ ଲାଗୁ କରାଇବାକୁ ଯାଉଛନ୍ତି। ଏହି ନ୍ୟାସନାଲ ହେଲଥ୍ ଅଥରିଟି ଅଧିନରେ ରହିବ ‘ଆଭା କାର୍ଡ’। ଫେବୃୟାରୀ ପୂର୍ବରୁ ଏହି କାର୍ଡ ପାଇଁ ଆବେଦନ କରିବାକୁ ମନ୍ତ୍ରୀ କହିଛନ୍ତି। ଏଥିସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହି ଡିଜିଟାଲ କାର୍ଡ ‘ଆଭା’ରେ କ୍ୟୁଆର କୋର୍ଡ ମଧ୍ୟ ରହିବ। ଯେଉଁଥିରେ ସ୍କାନ କରିବା ମାତ୍ରେ ରୋଗୀଙ୍କର ସମସ୍ତ ତଥ୍ୟ ଏଥିରେ ଉପଲବ୍ଧ ଥିବ। ତେବେ ଏଥିପାଇଁ ପ୍ରଥମେ ଲୋକସଂଖ୍ୟା ଅନୁସାରେ ଆଭା ଆକାଉଣ୍ଟ ରେଜିଷ୍ଟ୍ରେସନ କରିପାରିବେ। ଫେବୃଆରୀରେ ଆୟୁଷ୍ମାନ ଭାରତ ସହ ଏହି ଆଭା କାର୍ଡ ମିଳିବ।

ଆଭା ହେଉଛି ‘ଆୟୁଷ୍ମାନ ଭାରତ ହେଲଥ୍ ଆକାଉଣ୍ଟ’। ଯାହାକି ଏଟିଏମ ଏବଂ ପାନ୍ କାର୍ଡ ଭଳି କାର୍ଯ୍ୟ କରିଥାଏ। ଏଥିରେ ଆୟୁଷ୍ମାନ ଯୋଜନାର ହିତାଧିକାରୀମାନେ ପଞ୍ଜିକରଣ କରିବା ବେଳେ ସେମାନଙ୍କୁ ଏହି କାର୍ଡ ମିଳିବ। ଯେଉଁଥିରେ ରୋଗୀଟି କେଉଁଠି କେତେବେଳେ, କେଉଁ ରୋଗର ଚିକିତ୍ସା କରିଛି ସବୁ ତଥ୍ୟ ରହିବ। ଏହାଦ୍ବାରା ଅନ୍ୟ ସମୟରେ ରୋଗୀଟି ଡାକ୍ତରଙ୍କ ନିକଟକୁ ଗଲେ ତାକୁ ଆଉ ପୁରୁଣା ପ୍ରେସକ୍ରିପସନ୍ ନେବାକୁ ପଡିବ ନାହିଁ।

ତେବେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ତରଫରୁ ଏହି କାର୍ଡ ଜାରି କରାଯାଏ। ଏହି କାର୍ଡ ମାଧ୍ୟମରେ ଆପଣ ନିଜର ମୂଲ୍ୟବାନ ସମୟ ଏବଂ ଅର୍ଥରାଶି ଉଭୟ ବଞ୍ଚେଇପାରିବେ। ହସ୍ପିଟାଲରେ ଆପଣଙ୍କୁ ଟୋକନ୍ ନେବା ପାଇଁ ଲମ୍ବା ଲାଇନ୍ ରେ ଛିଡା ହେବାକୁ ପଡିବ ନାହିଁ। ହସ୍ପିଟାଲରେ ଲାଗିଥିବା କ୍ୟୁଆର୍ କୋଡକୁ ସ୍କାନ କରିବେ ଏବଂ ହସପିଟାଲକୁ ଆପଣଙ୍କ ମେଡିକାଲ ରିପୋର୍ଟ ସେୟାର ହୋଇଯିବ। ଆପଣଙ୍କୁ ଯାହାବି ଟ୍ରିଟମେଣ୍ଟ ମିଳିବ ତାହା ଏହି କାର୍ଡ ରେ ଷ୍ଟୋର ହୋଇଯିବ। ଯାହା ପରବର୍ତ୍ତୀ ସମୟରେ ଆପଣଙ୍କୁ ସାହାର୍ଯ୍ୟ କରିବ।

Leave A Reply

Your email address will not be published.