ପ୍ରମୁଖ ଖବର

ଏସ୍‌ସି-ଏସ୍‌ଟି ମାମଲା ପାଇଁ ୬ ନୂଆ ସ୍ପେଶାଲ୍ କୋର୍ଟ
ଗଞ୍ଜାମରେ କରୋନା ରୋଗୀ ଚିହ୍ନଟ, ଏମ୍‌କେସିଜିରେ ଚିକିତ୍ସାଧୀନ ମହିଳା ସଂକ୍ରମିତ
ରାମ ମନ୍ଦିର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ପାଇଁ ୫,୨୦୦ ଆବେଦନ
ନିଖୋଜ କମିଶନ ରିପୋର୍ଟ ମାମଲାରେ ଭି.କେ. ପାଣ୍ଡିଆନଙ୍କୁ ପୋଲିସର ନୋଟିସ
ଆସନ୍ତା ୪ ଓ ୫ ତାରିଖରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମ୍ବଲପୁର ଡବଲ ମର୍ଡର ଘଟଣାରେ ୩ ଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ

0

ସମ୍ବଲପୁର: ସମ୍ବଲପୁର ଜିଲା ବୁର୍ଲା ଥାନା କଟାପାଲିରେ ଗତ ଶନିବାର ବିଳମ୍ବିତ ରାତିରେ ଟ୍ରକ୍‌ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସୋମବାର ପୋଲିସ ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)ଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ ଜେଏମ୍‌ଏଫ୍‌ସି କୋର୍ଟ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ଦେଇଛନ୍ତି। ହେଲେ ବୁର୍ଲା ପୋଲିସ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। କିନ୍ତୁ ଜେଏମଏଫସି କୋର୍ଟ ୩ଦିନିଆ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ ଚାଲାଣ ବେଳେ ଜିଲା ପୋଲିସ ମୁଖ୍ୟାଳୟ ନିକଟରେ ଗଣମାଧ୍ୟମକୁ ହାଇୱା ଚାଳକ ଦେଇଥିବା ପ୍ରତିକ୍ରିୟାରେ କୌଣସି ତାଳମେଳ ରହି ନ ଥିଲା। ସେ ପ୍ରଥମେ କହିଥିଲେ ଯେ, ନିଦ ଲାଗିଯିବାରୁ ଦୁର୍ଘଟଣା ଘଟିଲା। ପୁଣି ମତ ବଦଳାଇ କହିଛନ୍ତି ଯେ, ହାଇୱାରେ ମଣିଷ ମାରି ମୁଁ ପାପ କରିଛି। ପ୍ରଥମ ଥର ଭୁଲ୍‌ରେ ତାଙ୍କ ହାଇୱା ଉକ୍ତ କାର୍‌ରେ ବାଜି ଯାଇଥିଲା। ଦ୍ୱିତୀୟ ଥର ଆଖି ଲାଗିଯିବାରୁ ଓ ତୃତୀୟ ଥର ଜାଣିଶୁଣି କାର୍‌କୁ ଧକ୍କା ଦେଇଥିଲେ ବୋଲି ସେ କହିଛନ୍ତି। ମାତ୍ର କାହିଁକି ବୋଲି ପଚାରିବାରେ ଭୁଲ୍‌ବଶତଃ ଅନ୍ୟ ଏକ କାର୍‌ ଭାବି ଏହି କାର୍‌କୁ ଧକ୍କା ଦେଇଥିଲେ ବୋଲି କହିଛନ୍ତି।

ତେବେ ରିମାଣ୍ଡରେ ପଚରାଉଚରା ପରେ ସାମ୍ନାକୁ ଆସିପାରେ ହତ୍ୟାକାଣ୍ଡର ସତ। ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଅଭିଯୁକ୍ତ ବାରମ୍ବାର କାର୍‌ ଉପରେ ହାଇୱା ଚଢ଼ାଇଥିଲା। ସେପଟେ ଗୁରୁତର ୨ ବିଜେପି ନେତା ମଧ୍ୟ ସମାନ ବୟାନ ଦେଇଥିଲେ। କିନ୍ତୁ ଏନେଇ ଅଭିଯୁକ୍ତକୁ ପଚାରିବାରୁ ଇଚ୍ଛା ହେଲା ମାରିଦେଲି ବୋଲି କହି ପୋଲିସକୁ ଭୁଆଁ ବୁଲେଇଥିଲେ। ଫୋନ ବିଷୟରେ ପଚାରିବାରୁ ଅଭିଯୁକ୍ତ ଜଣଙ୍କ ଫୋନ ବ୍ୟବହାର କରୁନଥିବା ନେଇ କହିଛି। ଯାହାକୁ ନେଇ ପୋଲିସର ସନ୍ଦେହ ବଢିଛି। ତେଣୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବା ଜଣାପଡୁଛି।

ସୂଚନାଯୋଗ୍ୟ, ଗତ ଶନିବାର ବିଳମ୍ବିତ ରାତିରେ ୫୩ନଂ. ଜାତୀୟ ରାଜପଥର ଆ. କଟାପାଲିଠାରେ ହାଇୱା ଚାପାରେ ୬ଜଣ କାର୍‌ ଆରୋହୀଙ୍କ ମଧ୍ୟରୁ ଗୋଶାଳା ଭାଜପା ମଣ୍ଡଳ ସଭାପତି କରଡୋଲା ଗ୍ରାମର ଦେବେନ୍ଦ୍ର ନାୟକ ଓ କରଡୋଲାର ପୂର୍ବତନ ସରପଞ୍ଚ ଚାରପାଲି ଗ୍ରାମର ମୁରଲୀ ଛୁରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ବରିଷ୍ଠ ଭାଜପା କର୍ମୀ କରଡୋଲା ପାଣି ପଞ୍ଚାୟତ ସଭାପତି ରାମନାରାୟଣ ପଣ୍ଡା(କୁନା), ବସନ୍ତପୁର ଗ୍ରାମର ସମାଜସେବୀ ସୁରେଶ ଛନ୍ଦ ଗୁରୁତର ଆହତ ହୋଇବୁର୍ଲାରେ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.