ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଏଚ୍‌ଏମ୍‌ପିଭିକୁ ନେଇ ଭୟ କରନ୍ତୁ ନାହିଁ: ସ୍ଵାସ୍ଥ୍ୟମନ୍ତ୍ରୀ

0

ଭୁବନେଶ୍ବର:: ସାରା ଦେଶକୁ ଏବେ ଘେରିଛି ନୂଆ ଭୂତାଣୁ ଏଚଏମପିଭିର ଭୟ। ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଆଶଙ୍କା ଅଧିକ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାକୁ ନେଇ ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହି ବୈଠକରେ ସ୍ଵାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ରହିଥିଲେ।

ଏହି ବୈଠକ ପରେ ସ୍ଵାସ୍ଥ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଓଡିଶାରେ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଓଡ଼ିଶାରେ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। କେହି ଭୟଭୀତ ହେବାର ନାହିଁ। ଭାରତ ସରକାରଙ୍କ ଯାହା ଗାଇଡଲାଇନ୍‌ ଆସିବ ସେହି ହିସାବରେ ପାଳନ ହେବ। ଦେଶରେ ସେପରି ସ୍ଥିତି ନାହିଁ, ୩/୪ଟି ସ୍ଥାନରେ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଦେଶ ତଥା ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ପୂରା ସଜାଗ ରହିଛି। ବିଭିନ୍ନ ହସ୍ବିଟାଲ ଏବଂ ସ୍ବାସ୍ଥ୍ୟ ବିଭାଗ ସହ ମୁଁ ନିଜେ ଆଲୋଚନା କରିଛି। ସମସ୍ତେ ସର୍ଭାଲାନ୍ସକୁ ଆହୁରି ଦୃଢ କରିବାକୁ ଆଲୋଚନା ହୋଇଛି। ତେଣୁ ଭୟଭୀତ ନହେବାକୁ ରାଜବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

ଅନ୍ୟପଟେ ବଢୁଥିବା ଏଚଏମପିଭି ଆଶଙ୍କାଙ୍କୁ ନେଇ ମଧ୍ୟ ଭୟଭୀତ ନହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ସେ କହିଛନ୍ତି, ଭାରତରେ ଚିହ୍ନଟ ହୋଇଥିବା ମାମଲା ପୂର୍ବରୁ ମଧ୍ୟ ରହିଥିଲା। ଏହି ଭାଇରସର ଅସ୍ତିତ୍ବ ପୂର୍ବରୁ ହିଁ ଦେଶରେ ରହିଛି। ଯେଯେତୁ ଏବେ ଶୀତ ଦିନ ରହିଛି ତେଣୁ ଏହାର ନମୁନା ଅଧିକ ଶକ୍ତିଶାଳୀ ହୋଇଥିବା ବେଳେ ମାମଲାକୁ ସାର୍ଭଜନୀନ କରାଯାଇଛି । ଆଉ ସବୁଠୁ ବଡ କଥା ହେଉଛି ଆକ୍ରାନ୍ତଙ୍କ ମଧ୍ୟରେ କାହାର ବି ବାହାର ଟ୍ରାଭେଲ ହିଷ୍ଟ୍ରି ନାହିଁ। ଆଉ ଭାରତରେ ବର୍ତ୍ତମାନ ମଧ୍ୟ ସେଭଳି ସଂକ୍ରମଣର ସ୍ଥିତି ନାହିଁ । ଏନେଇ ଆଶଙ୍କା ଅଧିକ ହେଲେ ତା ପାଇଁ ପଦକ୍ଷେପ ନିଆଯିବ। ଆଉ ଯେଉଁ ଯେଉଁ ରାଜ୍ୟରେ ଏଇ ଭାଇରସ ଚିହ୍ନ ହୋଇଛି, ସେଠି ଗାଇଡଲାଇନ ଜାରି ହୋଇଛି । ହେଲେ ଓଡିଶାରେ ସେଭଳି ସ୍ଥିତି ନାହିଁ। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଏହା ଋତୁକାଳୀନ ଭାଇରସ । ଯାହା ଏତେ ସଂକ୍ରମିତ ନୁହେଁ । ତେଣୁ ଭୟଭୀତ ହୁଅନ୍ତୁ ନାହିଁ।

Leave A Reply

Your email address will not be published.