ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ତିରୁପତି ମନ୍ଦିରରେ ଦଳାଚକଟା, ୬ ଶ୍ରଦ୍ଧାଳୁ ମୃତ

0

ଆନ୍ଧ୍ରପ୍ରଦେଶ: ବୁଧବାର ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରର ବୈକୁଣ୍ଠ ଦ୍ୱାର ଦର୍ଶନ ଟିକେଟ୍ କେନ୍ଦ୍ର ନିକଟରେ ଦଳାଚକଟା ଘଟି ୬ ଜଣ ମୃତ୍ୟୁ ବରଣ କରିଛନ୍ତି। ଖବର ଅନୁସାରେ ସକାଳ ସମୟରେ ହଜାର ହଜାର ଭକ୍ତ ତିରୁପତିଙ୍କ ବିଭିନ୍ନ ଟିକେଟ୍ କେନ୍ଦ୍ରରେ ଧାଡ଼ିରେ ଠିଆ ହୋଇଥିଲେ। ଯେତେବେଳେ ଭକ୍ତମାନଙ୍କୁ ବୈରାଗୀ ପଟିଡା ପାର୍କରେ ଧାଡି କରିବାକୁ ଅନୁମତି ଦିଆଯାଇଥିଲା ସେତେବେଳେ ଏହି ଘଟଣା ଘଟିଥିଲା।

ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଯୋଗୁ ଦଳାଚକଟା ହୋଇଥିଲା, ଯେଉଁଥିରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ପରିସ୍ଥିତି ବିଗିଡିବା ଦେଖି ତିରୁପତି ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। କୁହାଯାଉଛି ଯେ ପ୍ରାୟ ୪୦୦୦ ଲୋକ ଦର୍ଶନ ପାଇଁ ଧାଡିରେ ଠିଆ ହୋଇଥିଲେ। ମନ୍ଦିର କମିଟିର ଅଧ୍ୟକ୍ଷ ବି.ଆର ନାଇଡୁ ପରିସ୍ଥିତି ସମ୍ପର୍କରେ ଏକ ଜରୁରୀ ବୈଠକ କରୁଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ ସମ୍ବୋଧିତ କରିବେ।
ତିରୁପତି ମନ୍ଦିର ଅଧ୍ୟକ୍ଷ ବିଆର୍‌ ନାଇଡୁଙ୍କ କହିବା ମୁତାବକ, ବୁଧବାର ସକାଳୁ ହିଁ ଟିକେଟ୍‌ କାଉଣ୍ଟର ବାହାରେ ୩ରୁ ୪ ହଜାର ଲୋକ ଏକାଠି ହୋଇଥିଲେ। ସନ୍ଧ୍ୟା ସୁଦ୍ଧା ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା।

ଟିଟିଡିର ଅଧ୍ୟକ୍ଷଙ୍କ କହିବା ମୁତାବକ, ଭିଡ ଭତରେ ଜଣେ ମହିଳା ଅସୁସ୍ଥ ଅନୁଭବ କରୁଥିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ଫାଟକ ଖୋଲିବା ମାତ୍ରେ ଲୋକମାନେ ଗେଟ୍‌ ଡେଇଁ ଆଗକୁ ବଢ଼ି ଯାଇଥିଲେ। ଫଲରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥାର ଅଭାବ ହେତୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଏଥିରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ତିରୁପତି କଲେକ୍ଟର ଏସ୍ ଭେଙ୍କଟେଶ୍ୱରା କହିଛନ୍ତି ଯେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ୧୫ ମିନିଟ୍ ସମୟ ଲାଗିଥିଲା।

Leave A Reply

Your email address will not be published.